oom

ଗାଳ୍ପିକ ବିଜୟ ପ୍ରଧାନଙ୍କ ‘ସରିଯାଇଥିବା ଋତୁ’ ଏବଂ ‘ହୃଦୟର ହାତଗୋଡ଼’ ପୁସ୍ତକ ଉନ୍ମୋଚିତ

jsmm

ଭବାନୀପାଟଣା, (ପି.କେ. ସାହୁ) : ଗାଳ୍ପିକ ବିଜୟ ପ୍ରଧାନଙ୍କ ଗଳ୍ପ କେବଳ ଏକ ଆନନ୍ଦର ବିଷୟ ନୁହେଁ, ବରଂ ଏକ ଦାୟିତ୍ବବୋଧ ନିର୍ବାହନ କରୁଥିବା ଦସ୍ତାବିଜ । ମଣିଷ ମନର ବିଭିନ୍ନ ଆବେଗକୁ ନୂଆ ଏକ ଢଙ୍ଗରେ ସେ ପରଷି ପାରନ୍ତି । ତେବେ କଥାବସ୍ତୁ ବ୍ୟତୀତ ତାଙ୍କର ଗଢଣକଳା ଗପକୁ ଆହୁରି ଜୀବନ୍ତ ଓ ରୁଦ୍ଧିମନ୍ତ କରେ ବୋଲି ପୁସ୍ତକ ଉନ୍ମୋଚନ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଭବାନୀପାଟଣା ବ୍ଲକ କନଫରେନ୍ସ ହଲରେ ଓଡ଼ିଆ କଥା ସାହିତ୍ୟର ବିଶିଷ୍ଟ କଥାକାର ବିଜୟ ପ୍ରଧାନଙ୍କ ଦ୍ଵିତୀୟ ଉପନ୍ୟାସ ‘ସରିଯାଇଥିବା ଋତୁ’ ଏବଂ ଚତୁର୍ଥ ଗଳ୍ପ ସଂକଳନ ‘ହୃଦୟର ହାତଗୋଡ଼’ ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣ ବିବେକ ଏମ, ସମ୍ମାନିତ ଅତିଥି ଭାବେ ଔପନ୍ୟାସିକ ରାସବିହାରୀ ବେହେରା, ବିଶିଷ୍ଟ କଥାକାର ନାରାୟଣ ପଟ୍ଟନାୟକ, ନାଟ୍ୟକାର ଉମେଶ ଶତପଥୀ, ଗାଳ୍ପିକ ଉମାଶଙ୍କର କର ମଂଚାସୀନ ଥିଲେ । ଉନ୍ମୋଚିତ ଗଳ୍ପ ଓ ଉପନ୍ୟାସକୁ ସମୀକ୍ଷା କରିଥିଲେ କଥାକାର ସୁକାନ୍ତ ସାହୁ । ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିଲେ ଗାଳ୍ପିକ ବିଜୟ ପ୍ରଧାନ । ଅଧ୍ୟାପକ ପରମେଶ୍ବର ମୁଣ୍ଡ ମଂଚ ପରିଚାଳନା କରିଥିବା ବେଳେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସେହିଭଳି ଗାଳ୍ପିକ ସୁଧୀର ମିଶ୍ର, କବି ଲଳିତ କାନୁନଗୋ, କଥାକାର ଯତୀନ ପ୍ରଧାନ ପ୍ରମୁଖ ଶ୍ରୀ ପ୍ରଧାନଙ୍କ ଗଳ୍ପଜୀବନ ଉପରେ ନିଜସ୍ୱ ମତାମତ ରଖିଥିଲେ । ଏଥିରେ କବି ସକିତ ରତେ, ସତ୍ୟନାରାୟଣ ମହାପାତ୍ର, ଦେବହୁତି କର, ଦାଶରଥି ଆଚାର୍ୟ୍ୟ, ଡ. ତପନ ରଥ, ବିରଞ୍ଚି ମୁଣ୍ଡ, ଜୟଦ୍ରଥ ସୁନା, ସ୍ୱର୍ଣ୍ଣକାନ୍ତି ବୈକାର, ଦେବେନ୍ଦ୍ର ବିଶି, ପ୍ରମୋଦ ଖମାରି, ଶୁଭେନ୍ଦୁ ମହାପାତ୍ର, ପୁଣ୍ୟଦୀପା ଖମାରି, ସିଦ୍ଧାନ୍ତ ନନ୍ଦ, ଆଲୋକ ସାହୁ, ଆନନ୍ଦ ସଗରିଆ, ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.