oom

ନାଟ୍ୟ ପୁସ୍ତକ ‘କୁଇଲି କୁଇଲି କିଏ ରଜା’ ଉନ୍ମୋଚିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗାଁରେ ଅବସ୍ଥିତ ‘ଲୁ’ ନାଟ୍ୟଗ୍ରାମ ପରିସରରେ ଗୁରୁ ପ୍ରକାଶନୀ ଆନୁକୂଲ୍ୟରେ ନାଟ୍ୟକାର ପ୍ରଫେସର କେଶ ରଞ୍ଜନ ପ୍ରଧାନଙ୍କ ଚରିତ ନାଟ୍ୟ ପୁସ୍ତକ ‘କୁଇଲି କୁଇଲି କିଏ ରଜା’ ଉନ୍ମୋଚିତ ହୋଇଯାଇଛି । ନାଟ୍ୟକାର ଅଶୋକ ବହିଦାରଙ୍କ ସଂଯୋଜନା ତଥା ଡଃ ପ୍ରମୋଦ କୁମାର ପାଢୀଙ୍କ ସଭାପତି‌ତ୍ୱରେ ଆୟୋଜିତ ଏଇ ଉତ୍ସବରେ ଗୁରୁ ପ୍ରକାଶନୀର ସଂପାଦକ ଡଃ ମାନ ଭଞୀନ ପ୍ରଧାନ ‌ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଉତ୍ପନ ଭୋଇ, ସମ୍ମାନିତ ଅତିଥି ଔପନ୍ୟାସିକ ଧନପତି ମହାପାତ୍ର, ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ ଏବଂ ସମୀକ୍ଷକ ଡଃ ଗୌରୀଦାଉ ପ୍ରଧାନ ମାଁ ସମଲେଇଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିଥିଲେ । ମୁଖ୍ୟ ଅତିଥି ପୁସ୍ତକକୁ ଉନ୍ମୋଚନ କରି ଲୋକାର୍ପଣ କରିଥିଲେ । ‘କୁଇଲି କୁଇଲି କିଏ ରଜା ‘ ନାଟ୍ୟ ପୁସ୍ତକ ଟି ପଶ୍ଚିମ ଓଡିଶା ନାଟ୍ୟ ସାହିତ୍ୟରେ ଏକ ନୂତନ ଦିଗ ସୃଷ୍ଟି କରିବ ବୋଲି ସମୀକ୍ଷକ ଡଃ ପ୍ରଧାନ ମତବ୍ୟକ୍ତ କରିଥିଲେ । ନାଟ୍ୟକାର ପ୍ରଧାନ ପୁସ୍ତକ ପ୍ରକାଶନ ସଂପର୍କିତ ଭିନ୍ନ ଭିନ୍ନ ଅନୁଭୂତି ପ୍ରକାଶ କରିଥିଲେ । ଏହି ଅବସରରେ ସାଗରିକା ଯୋଷୀ ସମ୍ବଲପୁରୀ ନୃତ୍ୟ ଓ ନାଟକ ପ୍ରଦର୍ଶନ କରିଥିଲେ । ମନୋ ରଞ୍ଜନ ସିଂ ବରିହା, ଜଗନ୍ନାଥ ବଢେଇ, ମହେଶ୍ୱର ସାହୁ, ରାଜ କୁମାର ସାହୁ, ଅଶୋକ କୁମାର ପୂଜାରୀ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ପ୍ରୀତି ରଞ୍ଜନ ପ୍ରଧାନ, ଭିକାରୀ ଚରଣ ରଣା, ଡଃ ଦୁର୍ଗାଶୀଷ ପଟ୍ଟନାୟକ, ରମେଶ ଗୁର୍ଲା, ଗଜାନନ ନାଗ, ନିରଞ୍ଜନ ପୁରୋହିତ, ଅଜୟ ପୁରୋହିତ, ଉଦ୍ଧବ ଘିବେଲା, ପ୍ରଜାପତି ଦୀପ, ଅଶ୍ବିନୀ ପଟେଲ, ସୁବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.