ଶେଷ ନିଶାଣ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୃଥ୍ୱୀରାଜ ଉଚ୍ଚ ବିଦ୍ୟଳୟର ୧୯୬୨ ବ୍ୟାଚ୍‌ର ଏକାଦଶ ଶ୍ରେଣୀର ଛାତ୍ରମାନଙ୍କ ବନ୍ଧୁମିଳନ ଆଇ.ଡି.ଏମ୍‌ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜୀବ ଲୋଚନ ବହିଦାରଙ୍କ ପ୍ରବଂଧମାଳା “ଶେଷ ନିଶାଣ” ଉନ୍ମୋଚିତ ହୋଇଥିଲା । ଏ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ବବିତା ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍‌ ସନ୍ଧ୍ୟାରାଣୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୁସ୍ତକକୁ ସମୀକ୍ଷା କରିଥିଲେ ଶିକ୍ଷାବିତ କପିଳ ପତି । ଉକ୍ତ କାର୍ଯ୍ୟକ୍ରମକୁ ବରୁଣ ବାରିକ, ବ୍ରଜବଂଧୁ ପାଣ୍ଡିଆ ଓ ବାମଦେବ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରେମାନନ୍ଦ ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.