ବରପାଲିରେ ପୁସ୍ତକ ଉନ୍ମୋଚନ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସ୍ୱଭାବ କବି ଗଙ୍ଗାଧର ମେହେର ପ୍ରତି ମୂର୍ତ୍ତିଠାରେ ବରିଷ୍ଠ ବାନ୍ଧ ଶିଳ୍ପୀ ଡଃ ସୁରେନ୍ଦ୍ର ମେହେରଙ୍କ ଦ୍ଵାର ବାନ୍ଧ ଦ୍ବାରା ତିଆରି ‘ଗଙ୍ଗାଧର ମେହେର ଓ ଭକ୍ତି’ ଶୀର୍ଷକ ଓ୍ବାଲ ହେଙ୍ଗିଙ୍ଗ ଏବଂ ସାହିତ୍ୟିକ ବୀରେନ୍ଦ୍ର ପ୍ରସାଦ ମିଶ୍ରଙ୍କ ରଚିତ କବିତା ସଂକଳନ ପୁସ୍ତକ ‘ଓଡିଶା ଡାଲଖାଇ’ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରପାଲିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇ ଏହା ଲୋକାଣର୍ପ କରିଥିଲେ । କବି ବୀରେନ୍ଦ୍ର ପ୍ରସାଦ ମିଶ୍ରଙ୍କ ପୁସ୍ତକ ଓଡ଼ିଶା ଡାଲଖାଇ ଗତ ୨୩ ତାରିଖରେ ମହାନନ୍ଦ ରାଜ୍ୟପାଳ ଗଣେଷୀ ଲାଲଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଉତ୍ସବରେ ମହେନ୍ଦ୍ର କୁମାର ମେହେର, ବୀରେନ୍ଦ୍ର ନାଗ, ଭୁବନ ଭୋଇ, ଡଃ ସୁରେନ୍ଦ୍ର ମେହେର, ରୋହିତ ମହାରଣା, ହରାଧନ ମେହେର, ତରଣୀସେନ ମେହେର, ବୀରେନ୍ଦ୍ର ପ୍ରସାଦ ମିଶ୍ର, ଶ୍ରୀମତୀ ଝରଣା ମେହେର ପ୍ରମୁଖ ରହିଥିଲେ ।

Leave A Reply

Your email address will not be published.