ତ୍ରୈମାସିକ ସାହିତ୍ୟ ପତ୍ରିକା ସ୍ୱପ୍ନଦୀପ ଉନ୍ମୋଚନ

ଭୋଗରାଇ, (କେପିଏନ୍‌ଏସ୍‌) : ବାଲେଶ୍ଵରର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦଚକ ଶ୍ରୀମା ଶ୍ରୀଅରବିନ୍ଦ ସାଧନାକେନ୍ଦ୍ରର ୪୯ତମ ବାର୍ଷିକ ଉତ୍ସବରେ ଓଡ଼ିଶାର ସମ୍ଭ୍ରାନ୍ତ ତ୍ରୈମାସିକ ସାହିତ୍ୟ ପତ୍ରିକା ସ୍ୱପ୍ନଦୀପର ତୃତୀୟ ବର୍ଷ ତୃତୀୟ ସଂଖ୍ୟା ଆଜି ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି । ଶ୍ରୀମା ଶ୍ରୀଅରବିନ୍ଦ ଦର୍ଶନର ମୁଖ୍ୟବକ୍ତା ସୁବାସ ଦାସ, ଶିକ୍ଷକନେତା ଓ ଶ୍ରୀମା ଶ୍ରୀଅରବିନ୍ଦଙ୍କର ଅନୁଗାମୀ ଇନ୍ଦୁମାଧବ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ପ୍ରଫୁଲ୍ଲ କୁମାର ଦେ, ଆରୁହାବୃତ୍ତି ନଂ-୨ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା, ଶ୍ରୀମା ଶ୍ରୀଅରବିନ୍ଦ ସାଧନାକେନ୍ଦ୍ରର ସାଧକ ଲମ୍ବୋଦର ଦେ, ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ସାଧକ ସର୍ବେଶ୍ୱର ପାତ୍ର, ପ୍ରାକ୍ତନ ଆଧ୍ୟାପିକା ସୁଷମା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ହୋଇ ଉକ୍ତ ପତ୍ରିକାକୁ ଉନ୍ମୋଚନ କରିଥିଲେ । ସ୍ୱପ୍ନଦୀପ ପତ୍ରିକାର ମୁଖ୍ୟ ସମ୍ପାଦକ ତଥା ସାହିତ୍ୟିକ ଡ଼ଃ କାଳିକିଙ୍କର ଦାସ ଶ୍ରୀମା ଅରବିନ୍ଦଙ୍କ ଦର୍ଶନ ଓ ସାହିତ୍ୟ ସାମ୍ପ୍ରତିକ ବିଶ୍ୱ ପାଇଁ ଅତ୍ୟନ୍ତ ଉପାଦେୟ ତଥା ଏହି ଦର୍ଶନ ଓ ସାହିତ୍ୟର ମୂଲ୍ୟାୟନ ଦିଗରେ ସ୍ୱପ୍ନଦୀପ ଆଜି ଓଡ଼ିଶାରେ ସଫଳ ପ୍ରୟାସ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ସମାରୋହରେ ସ୍ୱପ୍ନଦୀପ ପତ୍ରିକାର ସମ୍ପାଦିକା ସୌଭାଗିନୀ ମିଶ୍ର ଯୋଗଦେଇ ସ୍ୱପ୍ନଦୀପ ସବୁ ବର୍ଗର ଲେଖକ ଓ ପାଠକଙ୍କର ପ୍ରିୟଭାଜନ ହେବାସହିତ ଆଗକୁ ଓଡ଼ିଶାର ସମସ୍ତ ପୁସ୍ତକାଗାରରେ ଉପଲବ୍ଧ ହେବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ଲେଖକ, ପାଠକ ଓ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଅନୁଗାମୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.