ଗୁଦେରପାଲିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗୃହ ଉନ୍ମୋଚନ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଗୁଦେରପାଲି ଠାରେ ନବ ନିର୍ମିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଗୁଡିକ ଉନ୍ମୋଚନ କରାଯାଇଛି । ଏହି ଅବସରରେ +୨ କଲେଜ କମିଟିର ସଭାପତି କିଶୋର ପାତ୍ର ସମ୍ପାଦକ ଓ କଲେଜ ପ୍ରିନ୍ସିପାଲ ପ୍ରିତିଶ କୁମାର ପଣ୍ଡା ନିଜ ସହକାରୀ କର୍ମଚାରୀଙ୍କ ମହଲରେ ଜଣାଶୁଣା ସରପଞ୍ଚ ରାମଚନ୍ଦ୍ର ପାତ୍ର ଓ କିଶୋର କୁମାର ଦେବତାଙ୍କ ସହଯୋଗରେ କଲେଜ ଗୃହ ଉନ୍ମୋଚନ କରିଛନ୍ତି । କଲେଜର ସମସ୍ତ ଛାତ୍ରଛାତ୍ରୀ ଓ କିଛି ବିଶିଷ୍ଠ ଭଦ୍ରବ୍ୟକ୍ତି ଯୋଗଦେଥିଲେ । ପୁରାଣ ମାଧ୍ୟମରେ ବିଜୟା ଦଶମୀ, ଗାନ୍ଧୀ ଜୟନ୍ତୀ ଜବହାରରଲାଲ ଜନ୍ମ ଦିବସ ଓ ପୁଣି ମହାଲକ୍ଷ୍ମୀଙ୍କ ମାଣବସା ଗୁରବାର ଲକ୍ଷ୍ମୀ ପୂଜା ଦିନ ହୋଇଥିବାରୁ ଅଂଚଳବାସୀ ବହୁତ ଖୁସି ଜଣାପଡୁଛନ୍ତି । ଏବଂ ପ୍ରସାଦ ସେବନ କରି ଗୁଦେରପାଲି ଅଂଚଳବାସୀ ନିଜକୁ ଧନ୍ୟ ମନେ କରିଛନ୍ତି ।

Leave A Reply

Your email address will not be published.