oom

ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର ଓ ପତ୍ରିକା ଉନ୍ମୋଚନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟ ଓ ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର, ଆଲୋଚନାଚକ୍ର ଏବଂ ତ୍ରୈମାସିକ ପତ୍ରିକା “ନାଗରା”ର ଶୁଭ ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଆଲୋଚ୍ୟ ବିଷୟ “୭୭ତମ ସ୍ୱାଧୀନତା ଦିବସ, କିଛି ପ୍ରାପ୍ତି ଓ ଅପ୍ରାପ୍ତି, ଉପରେ ଅତିଥି ମାନେ ଆଲୋଚନା ରଖିଥିଲେ । ଏଥିରେ ସଂଗଠନର ସଭାପତି ବିଶିଷ୍ଟ କଥାକାର, ସାହିତ୍ୟିକ, ସଂଗଠକ ଭୂପେନ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସମାଜସେବୀ ତଥା ସଂଗଠକ ଇଂ ଅଭୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ, ମୁଖ୍ୟ ବକ୍ତା ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର, ବରେଣ୍ୟ ଅତିଥି ଭାବେ ମଧୁସୂଦନ ପାଠାଗାରର ସାଧାରଣ ସମ୍ପାଦକ ବିଜୟ କୁମାର ବରାଳ ଉପସ୍ଥିତ ଥିଲେ । ଅତିଥିମାନେ ଭାରତ ସ୍ୱଧୀନତାର ଉପଲବ୍ଧର ଉଦାରତା, ସମ୍ବେଦନଶୀଳତା, ସାମ୍ପ୍ରତିକ ସମାଜର ସମସ୍ୟା ଓ ସମାଧାନର ପନ୍ଥା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଲେ ଯେ, ଗତି ହିଁ ପ୍ରଗତିର ଆବାହକ, କିନ୍ତୁ ପାଶ୍ଚାତ୍ୟ ଦେଶମାନଙ୍କର ଜୀବନ ଶୈଳୀରେ ଆମେ ଉଦବୃଦ୍ଧ ହୋଇ ଆମ ନିଜ ସଂସ୍କୃତିର ଅବନତି କରୁଛନ୍ତି । ବିଶ୍ବଯୁଦ୍ଧ ପରେ ଅର୍ଥନୈତିକ ବ୍ୟବସ୍ଥା, ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଆମର ଦୁର୍ବଳତା ଯେ ଆମେ ସରଳ ଭାଷାରେ ବିଜ୍ଞାନକୁ ଲେଖିପାରିନାହୁଁ । ଏହା ସହ ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସମ୍ପ୍ରତି ବାହ୍ୟ ସୁରକ୍ଷା ଅପେକ୍ଷା ଆଭ୍ୟନ୍ତରୀଣ ସୁରକ୍ଷା ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ସାହିତ୍ୟିକ ମାନେ ଏ ସମ୍ପର୍କରେ କଲମ ଚାଳନା କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟତମ ଅତିଥି ବକ୍ତା ଡ଼ଃ ସୁମନ ଦତ୍ତ ଆଲୋଚ୍ୟ ବିଷୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ଅଗ୍ରଣୀ ତ୍ରୟମାସିକ ପତ୍ରିକା ନାଗରାର ଶୁଭ ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଥିଲା । ଦ୍ବିତୀୟ ପର୍ଯ୍ୟୟରେ ଗଳ୍ପ ପାଠ କରିଥିଲେ ସଭାପତିତ୍ବ କରୁଥିବା ସାହିତ୍ୟିକ ଭୂପେନ ମହାପାତ୍ର । ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ କୁଞ୍ଜ ବିହାରୀ ରାଉତ, ପ୍ରଫୁଲ୍ଲ ସାମଲ, ନିରୁପମା ପତି, ସୁନୀତା ସାହୁ, ପ୍ରତାପ ପଣ୍ଡା, ହୃଷିକେଶ ସାହୁ, ଭୂପେନ ମହାପାତ୍ର, ବସନ୍ତ ବିଶ୍ୱକର୍ମା, ଅତୁଲ୍ୟ ମହାକୁଡ଼ ପ୍ରମୁଖ କବିତା ପାଠ କରିଥିଲା ବେଳେ ମଧୁସୂଦନ ପାଠାଗାରର ସାଧାରଣ ସମ୍ପାଦକ ବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୂର୍ଯ୍ୟ ନାରାୟଣ ପଣ୍ଡା, ଜୟଶ୍ରୀ ଦାସ, ବ୍ରଜକିଶୋର ପାଣି, ସୁଶାନ୍ତ କୁମାର ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.