ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ପାର୍ବଣ ପତ୍ରିକା ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ଠାରେ ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ‘ଟିକିଟିକି ସୁନାଫୁଲ’ ପାର୍ବଣ ପତ୍ରିକା ଉନ୍ମୋଚନ ଓ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱ, କୋଷାଧ୍ୟକ୍ଷ ସୁଶାନ୍ତ ନାୟକଙ୍କ ଆବାହକତ୍ୱ ଓ ନିରୁପମା ଦାଶଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଇଂ ଅଭୟ କୁମାର ଦାସ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍‌ ପ୍ରଶାନ୍ତ କୁମାର ପତି ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ମଞ୍ଜୁଳା ରଥ ପ୍ରମୁଖ ଯୋଗଦେଇ ପତ୍ରିକାରେ ଥିବା ବିଭିନ୍ନ ପ୍ରସଙ୍ଗ ଓ ଶିଶୁ ସାହିତ୍ୟ ଉପରେ ଆଲୋଚନା କରିଥିଲେ । ଶିକ୍ଷାବିତ ରଶ୍ମି ବାଳା ରାଉତରାୟ ପୁସ୍ତକଟିକୁ ସମୀକ୍ଷା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଶିଶୁଙ୍କ ପାଇଁ ବୋଧଗମ୍ୟ ଓ ସହଜ ସରଳ ଭାଷାରେ ସାହିତ୍ୟ ଲେଖାଯିବା ଦରକାର । ବିଜ୍ଞାନ ଭିତ୍ତିକ ତଥା ତଥ୍ୟ ସମ୍ବଳିତ ଲେଖା ଶିଶୁ ମନକୁ ପଢ଼ିବାକୁ ପ୍ରେରିତ କରିଥାଏ । ତେଣୁ ଏ ଦିଗରେ ଶିଶୁ ସାହିତ୍ୟିକମାନେ ଦୃଷ୍ଟି ଦେଇ ସୃଷ୍ଟି କରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ସଭାପତି ଶ୍ରୀ ସାହୁ ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀ ନାୟକ ଅତିଥିଙ୍କ ପରିଚୟ ସହ ଉପସ୍ଥିତ ସମସ୍ତ ସାହିତ୍ୟିକ କବିଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଉପଦେଷ୍ଟା ଅନିଲ ଦାଶ, ସଂଗଠନ ସଂପାଦକ ହରିହର ଶତପଥୀ, ଗୌତମ ଦାସ, ଶମ୍ବୁନାଥ ପରିଡା, ବିକ୍ରମଚନ୍ଦ୍ର ଆଚାର୍ଯ୍ୟ, ସୁପ୍ତି କର, ବିଜୟିନୀ ଜେନା, ସୁମିତ୍ରା ବାରିକ, ସୁଶ୍ରୀ ସଂଗୀତା, ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରମେଶ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!