ସୁଶ୍ରୀ ଆଇଟିଆଇଠାରେ ବିଶ୍ୱ ଉଦ୍ୟୋଗିତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲିଠାରେ ଅବସ୍ଥିତ ସୁଶ୍ରୀ ଆଇଟିସିଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ରାମଜୀ ଯୁବକ ସଂଘ, ସଦାଇପାଲିର ମିଳିତ ଆନୁକୂଲ୍ୟରେ ତଥା ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ରଙ୍କ ଆବାହକତ୍ୱରେ ବିଶ୍ୱ ଉଦ୍ୟୋଗିତା ଦିବସ ପାଳିତ ହୋଇଯାଇଅଛି । ଏହି ଦିବସକୁ ସୁଶ୍ରୀ ଆଇଟିସିର ଅଧ୍ୟକ୍ଷ ଇଂ.ସନ୍ତୋଷ କୁମାର ବ୍ରହ୍ମା ସ୍ୱାଗତ ଭାଷଣ ଦେଇଥିଲେ । ସ୍ୱାବଲମ୍ବୀ ଭାରତ ଅଭିଯାନର ରାଜ୍ୟ ପ୍ରମୁଖ ପ୍ରଭାସ କୁମାର ପାଣିଗ୍ରାହୀ ଏହି ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସମ୍ମୋଧନ କରିବା ସହ ବୈଷୟିକ ଶିକ୍ଷା ପରେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ନିଜେ କିପରି ସ୍ୱାବଲମ୍ବୀ ହୋଇପାରିବେ ତା’ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସହ-ପ୍ରମୁଖ ରଂଜିତା ପାଣିଗ୍ରାହୀ, ଜିଲ୍ଲା ପ୍ରମୁଖ ରାଜେଶ ପ୍ରଧାନ ଉଦ୍‌ବୋଧନ ଦେଇଥିଲେ । ରାମଜୀ ଯୁବକ ସଂଘ ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଏ.ଟି.ଓ. ମୁକେଶ ନାଏକ, ବିକାଶ ବାଗ, ଅନିତା ଛତ୍ରିଆ, ଆଶିଷ ମିଶ୍ର, ଗଣେଶ ଶତପଥି, ନିଶାରକାନ୍ତ ନାଗ, ଦିଗାମ୍ବର ସାଏ, ସୁଧାକର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ସ୍ୱାବଲମ୍ବୀ ତଥା ଉଦୌଗୀ ହୋଇଥିବା ସୁଶ୍ରୀ ଆଇ.ଟି.ସି.ର ପୁରାତନ ଛାତ୍ର ଦେବୀ ପ୍ରସାଦ ସହୁ, ମାନସ ନନ୍ଦ, ଅଭିନାଶ ପାଣିଗ୍ରାହୀ, ଚୁଡାମଣୀ ଧରୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଏ.ଟି.ଓ. ଇଂ. ସ୍ୱାଧୀନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!