ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଫଟାମୁଣ୍ଡା ଗାଁର ଭାତନ ପଧାନ ନାମକ ଜଣେ ବ୍ୟକ୍ତି ଗୁରୁବାର ବିଷ ପିଇ ଦେଇଥିଲେ । ସକାଳୁ ସକାଳୁ ପରିବାର ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଘରେ ଥିବା କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ଜାଣିବା ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି ।
Next Post