ଦେହରେ କିରାସିନି ଢାଳି ହୋଇ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ

ଯାଜପୁର : ଟମକା ଥାନା ସମର ପିଟା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍କୁଲ ନ ଯିବାକୁ ଜିଦ କରି ଦେହରେ କିରାସିନି ଢାଳି ହୋଇ ନାବାଳକ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ଆହାତ ନାବାଳକ ଜଣକ ହେଲେ ସମର ପିଟା ଗାଁର ପ୍ରଦୀପ ମହାରଣାଙ୍କ ୧୨ ବର୍ଷର ପୁଅ । ନାବାଳକ ଛାତ୍ର ଜଣକ ଦାନଗଦି ବ୍ଲକ ଅନ୍ତର୍ଗତ ଡାହାଣୀ ଗାଡ଼ିଆ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ସେଠାରୁ ଦଶହରା ଛୁଟିରେ ଘରକୁ ଆସିଥିଲେ । ଲକ୍ଷ୍ମୀପୂଜା ବୁଲି ଯିବାକୁ ବାପାଙ୍କୁ କହିଥିଲେ, କିନ୍ତୁ ବାପା ୪ଟା ବେଳେ ସ୍କୁଲରେ ଛାଡିଦେବାକୁ କହି ଚାଲି ଯିବାପରେ ପୁଅଟି ବାପାଙ୍କ କଥାରେ ରାଜି ନ ହୋଇ ଏଭଳି ଏକ ପଦକ୍ଷେପ ନେଇଥିଲେ । ବାପା, ମା’ କାମରେ ବାହାରକୁ ଚାଲିଯିବା ପରେ ଘରେ ପୁଅ ଏକା ଥିବାବେଳେ ନିଜ ଦେହରେ କିରାସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ । ପଡୋଶୀ ଲୋକଙ୍କ ଠାରୁ ଖବର ପାଇ ଆହାତ ଅବସ୍ଥାରେ ପୁଅକୁ ଆମ୍ବୁଲାନ୍ସ ଯୋଗେ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ ଏସିବିକୁ ସ୍ଥାନାନ୍ତର କରିଛନ୍ତି ।

Leave A Reply

Your email address will not be published.