ପଦ୍ମପୁର, (ନିରୋଜ କୁମାର ପାଣୀ) : ତା. ୨୨.୪.୨୪ରିଖ ୮ଟା ସମୟରେ ଧନକଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ତତ୍ତ୍ଵାବଧାନରେ ବ୍ଲକ୍ କାର୍ଯ୍ୟାଳୟରେ ଏଫ୍ଏଲ୍ଏନ୍ ମିଶନକୁ ସଫଳ କରିବା ପାଇଁ ୨୦୨୪-୨୫ ଶିକ୍ଷା ବର୍ଷରେ କି କି ପଦକ୍ଷେପ ନେଇ ଗୁଣାତ୍ମକ ଶିକ୍ଷାର ବିକାଶ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ କୁମାର ମିଶ୍ର ବୈଠକର ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ । ଉପସ୍ଥିତ ବ୍ଲକ ସ୍ତରୀୟ ଏସ୍ଆର୍ଜି, ବିଆର୍ଜି, ଏଫ୍ଏଲ୍ଏନ୍ ରିସୋର୍ସ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ମତାମତକୁ ବିଶ୍ଳେଷଣକରି ବିଇଓ ମହାଶୟା ଆଗମୀ ଦିନରେ ବିଦ୍ୟାଳୟ ସ୍ତରରେ କି କି ପଦକ୍ଷେପ ଗ୍ରହଣ କରାଯିବ ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଓ ଏହାର ସଫଳ ରୂପାୟନ ପାଇଁ ଏକ କୋର୍ କମିଟି ଗଠନ କରିଥିଲେ । ମୁଖ୍ୟତଃ ବିଦ୍ୟାଳୟ ସ୍ତରରେ ଆଦର୍ଶ ଏଫ୍ଏଲ୍ଏନ୍ ଶ୍ରେଣୀ ପରିବେଶ ତିଆରି, ପିଲାଙ୍କ ଶ୍ରେଣୀ ୱାରୀ ଦକ୍ଷତା ହାସଲ, ସଠିକ୍ ଲିଖନଶୈଳୀ ଦକ୍ଷତା ହାସଲକୁ ଗୁରୁତ୍ଵ ଦେଇ କିପରି ଧନକଉଡ଼ା ବ୍ଲକ୍ର ସମସ୍ତ ବିଦ୍ୟାଳୟରେ ଉକ୍ତ ବିଷୟ କାର୍ଯ୍ୟକାରୀ କରାଯିବ ତାର ଏକ ରୋଡ ମେପ୍ ପ୍ରସ୍ତୁତ କରାଯାଇଥିଲା । ଉକ୍ତ ବୈଠକରେ ସୁବାଷଚନ୍ଦ୍ର ସାହୁ, ରଚନା ସିଂହ, ଅସୀମ ପ୍ରଧାନ, ସୁରଭୀ ରଣବନ୍ସି, ରଜସିନୀ ଦାସ, ପ୍ରିତିନନ୍ଦା ପାଣିଗ୍ରାହୀ, ଗୀତାଞ୍ଜଳୀ ବାରିକ, ତରଣୀସେନ୍ ମେହେର ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀଗଣ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ ।