om academy

ଦୁଇ ବର୍ଷ ଶିଶୁକୁ ବିଷ ପିଆଇ ମା’ର ଆତ୍ମହତ୍ୟା ଉଦ୍ୟମ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଲହର କରୁଣ ପରିଣତି । ୨ ବର୍ଷର ଶିଶୁକୁ ବିଷ ପିଆଇ ମା’ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, କୁମ୍ଭାରୀ ଗ୍ରାମର ଭରତ ରଣା ନାମକ ବ୍ୟକ୍ତି ଗତ ତିନି ବର୍ଷ ତଳେ ସଇଁନ୍ତଲା ଗ୍ରାମର ରିକି ରଣାଙ୍କୁ ବିବାହ କରିଥିଲେ । ହେଲେ ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ତେବେ ରିକିକୁ ତାର ସ୍ୱାମୀ ନିର୍ଧୁମ ଭାବରେ ମାଡ଼ ମାରିଥିବା ପଡୋଶୀ ଲୋକଙ୍କ ପାଖରୁ ଜଣାପଡିଛି । ଏଭଳି ପରିସ୍ଥିତିରେ ମା’ ନିଜର ଜନ୍ମ କଲା ଦୁଇ ବର୍ଷର ପୁଅକୁ କୀଟନାଶକ ଔଷଧ ପିଆଇ ଦେଇ ନିଜେ ମଧ୍ୟ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗୁରୁତର ଅବସ୍ଥାରେ ମା ଓ ପୁଅକୁ ସଇଁନ୍ତଲା ଡାକ୍ତରଖାନାକୁ ଆଣିଥିଲେ । ହେଲେ ଅବସ୍ଥା ଅତି ଗୁରୁତର ହେବାରୁ ମା’ ପୁଅକୁ ବଲାଙ୍ଗିରରେ ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁଇ ବର୍ଷର ପୁଅର ଅବସ୍ଥା ଅତି ସଂକଟାପନ୍‌ନ୍ନ ଥିବା ବେଳେ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ମା’ ଓ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି । ଏନେଇ କୈ।ଣସି ମାମଲା ଥାନାରେ ରୁଜୁ ହୋଇ ନ ଥିବା ଜଣାପଡିଛି ।

Leave A Reply

Your email address will not be published.