
ବଲାଙ୍ଗିର, (କେପିଏନ୍ଏସ୍) : ଗତ ୨୨ ଓ ୨୩ ତାରିଖରେ ଆର.ଏନ୍. ସିଂଦେଓ ସ୍ପୋର୍ଟସ କମପ୍ଲେକ୍ସ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ଦେବାଶିଷ ଫିଜିକାଲ ଏକାଡେମୀ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଉଦ୍ଘାଟନି ସଭାରେ ବିଶିଷ୍ଟ ସମାଜସେବୀ ଅଜୟ କୁମାର ଦାସ ଯୋଗ ଦେଇଥିଲେ । ଏଥିରେ ୭୦ ଜଣ ପୁରୁଷ ଓ ମହିଳା ଭାଗ ନେଇଥିଲା । ଅନୁଷ୍ଠାନର ମୁଖ୍ୟ ଦେବାଶିଷ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ବିଶିଷ୍ଟ କ୍ରୀଡା ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ୍, ପ୍ରଭାତ ଦାସ, ଅଭିମନ୍ୟୁ ବଗର୍ତ୍ତି, ଆଶିଷ ସାହୁ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ଉଦ୍ଯାପନୀ ସମାରୋହରେ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ମୁଖ୍ୟ ଅତିଥି, ସୁଜୟ ରାୟ ମୁଖ୍ୟବକ୍ତା, ସୀମା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ସମାଜସେବୀ ନୂତନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।