ଘୁଚାପାଲି ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଚେତଗାଁ ପଞ୍ଚାୟତ ଅନ୍ତର୍ଗତ ଘୁଚାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦ୍‌ଯାପନୀ ଉତ୍ସବରେ ଅନୁଷ୍ଠିତ ସଭାରେ ଗିରିଧାରୀ କଲାରୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଚେତଗାଁ ସରପଞ୍ଚ ଶ୍ରୀମତୀ ବନିତା ମହାନନ୍ଦ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପାଇକମାଲ ଏବିଇଓ ଶିବପ୍ରସାଦ ଯୋଶୀ ଯୋଗ ଦେଇଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଗୌରହରି କଲାରୀ, ଡୋଲାମଣି ମାହାର, ନିରଞ୍ଜନ ହରିଜନ, ଛବିଲାଲ ସାହୁ, ଗୋକୁଳାନନ୍ଦ କଲେତ, ଚମ୍ପୁଲାଲ ଲୁହାର, ଧନିରାମ କଲାରୀ, ହୀରାଲାଲ ପଟେଲ, ଗୁପ୍ତେଶ୍ୱର ପଟେଲ, ତୋଷବନ୍ତ ଲୁହାର, ସନ୍ତୋଷିନୀ ପଟେଲ, ସଚ୍ଚିଦାନନ୍ଦ ସ୍ୱାଇଁ ମଂଚାସୀନ ଥିଲେ । ଏହି ଅବସରରେ ଗାଁରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ଶିକ୍ଷକ ଭାସ୍କର ଲୁହାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ଅବସରରେ ୨ ଦିନ ଧରି ଲୋକମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତିରେ ଅପେରାକୁ ଲୋକେ ଉପଭୋଗ କରିଥିଲେ ।

Leave A Reply

Your email address will not be published.