ମହୀମୁଣ୍ଡା ଆଦର୍ଶ ବିଦ୍ୟାଳୟର ୫ମ ବାର୍ଷିକ କ୍ରୀଡା ଉଦ୍‌ଯାପିତ

  • ନିଷ୍ଠା, ସାଧନା, ଖେଳାଳିମାନଙ୍କର ପ୍ରଧାନ ବ୍ରତ ହେବା ଦରକାର

ବଲାଙ୍ଗିର/ପୁଇଁନ୍ତଳା, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ୫ମ ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଦୁଇ ଦିନ ଧରି ହୋଇଥିବା ବାର୍ଷିକ କ୍ରୀଡାକୁ ସ୍ଥାନୀୟ ସରପଞ୍ଚ ରଞ୍ଜିତା ଭୋଇ ଉଦ୍‌ଘାଟନ କରିଥିଲେ । ସହଯୋଗିତା, ସହନଶୀଳତା, ଶୃଙ୍ଖଳାବୋଧ ଓ ଐକ୍ୟବୋଧ ଖେଳ କସରତରୁ ହିଁ ମିଳିଥାଏ ବୋଲ ନିଜ ବକ୍ତବ୍ୟରେ ସେ କହିଥିଲେ । ବାଳିକା ଓ ବାଳକମାନଙ୍କୁ ନେଇ ଜୁନିୟର ଓ ସିନିୟର ବର୍ଗରେ ୧୦୦ ମିଟର, ୨୦୦ ମିଟର, ୪୦୦ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ପୁଟିଙ୍ଗ୍‌ ଦ ସଟ୍‌, ଡିସକସ୍‌ ଥ୍ରୋ, ଅଖା ଦୌଡ, ରିଲେ ରେସ୍‌ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ପୁଇଁନ୍ତଳା ବ୍ଲକ ଚେୟାରମ୍ୟାନ ସରୋଜ କୁମାର ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଷ୍ଠା, ସାଧନା ଖେଳାଳିମାନଙ୍କର ପ୍ରଧାନ ବ୍ରତ ହେବା ଦରକାର ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ବବିତା ପୁଟେଲ ଯୋଗ ଦେଇ ଖେଳରୁ ଶୃଙ୍ଖଳାବୋଧ ଶିକ୍ଷା କରାଯାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଚଳିତ ବର୍ଷର ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ବରିଷ୍ଠ ବର୍ଗର ବାଳିକା ବିଭାଗରେ ନବମ ଶ୍ରେଣୀ ଛାତ୍ରୀ ସରିତା ଭୋଇ ଓ ବାଳକ ବିଭାଗରେ ନବମ ଶ୍ରେଣୀ ଛାତ୍ର ଏଚ. ଶୋଭିତ ରାଜ୍‌ ଚାମ୍ପିୟନ ଭାବେ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ମ୍ୟୁଜିକ୍‌ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଖେଳ ଶିକ୍ଷୟିତ୍ରୀ ସରିତା ମେହେର କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.