oom

ଦ୍ୱିତୀୟ ଯୁଧିଷ୍ଠିର ମିଶ୍ର ସ୍ମାରକୀ କ୍ରିକେଟ କପ୍‌ ଉଦ୍‌ଯାପିତ

jsmm
  • ଚମ୍ପିୟାନ ଆଖ୍ୟା ଅର୍ଜନ କଲା ଉଦ୍ଭିଦ ବିଜ୍ଞାନ ବିଭାଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ଦ୍ୱିତୀୟ ଯୁଧିଷ୍ଠିର ମିଶ୍ର ସ୍ମାରକୀ କ୍ରିକେଟ କପ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଗତ ରବିବାର ଠାରୁ ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ବାଣିଜ୍ୟ ବିଭାଗକୁ ହରାଇ ଚମ୍ପିୟାନ ହୋଇଛି । ଉଦ୍‌ଯାପନ ଉତ୍ସବରେ ବଲାଙ୍ଗିରର ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟୁଜିକାଲ ଚେୟାର ସ୍ୱତନ୍ତ୍ର ଆକର୍ଷଣ ଥିଲା । ବାଣିଜ୍ୟ ବିଭାଗ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୯ ଗୋଟି ୱିକେଟ ହରାଇ ୬୮ ରନ୍‌ ସଂଗ୍ରହ କରିଥିଲେ । ଉତ୍ତରରେ ଉଦ୍ଭିଦ ବିଜ୍ଞାନ ବିଭାଗ ୬.୪ ଓଭରରେ ୩ ୱିକେଟ ବିନିମୟରେ ଆବଶ୍ୟକୀୟ ରନ୍‌ ସଂଗ୍ରହ କରିବା ସହ ୭ଟି ୱିକେଟରେ ବିଜୟ ଲାଭ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉଭୟ ଦଳଙ୍କୁ ଶୁଭେଚ୍ଛା ଜଣାଇବା ସହ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବୁଲୁ ଦାନୀ, ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ଅଜୟ ବାଲି, ବ୍ୟାସଦେବ ନନ୍ଦ, ଲୋପନ ମିଶ୍ର, ଅଜିତ ମହାନନ୍ଦ, ଅଙ୍କିତ ସାହୁ, ଶୁଭେନ୍ଦୁ ସାହୁ, ଅଞ୍ଚଳ ପଣ୍ଡା, ସରୋଜ ସାହୁ, କ୍ଷତିଚନ୍ଦ୍ର ମନହୀରା, ଚିନ୍ମୟ ବେହେରା, ନିତିଶ ପଧାନ, ସୌମ୍ୟଜିତ ପୁରୋହିତ, ଆୟୁଷି ନନ୍ଦ, ଆଶିଷ ମହାରଣା, ରୋଶନ ପଣ୍ଡା, ଦେବାଶିଷ ସାହୁ, କାହ୍ନୁ ଚରଣ ବହିଦାର, ଦିନେଶ ସାହୁ, ନିଗମ କଲତା, ଓମ୍‌ ରାଉତ, ନାରାୟଣ ସାହୁ, ଗଡଲୁ ସାହୁ, ବିକ୍ରମ ପ୍ରଧାନ, ମହମ୍ମଦ ମୁର୍ତ୍ତାଜା ଖାନ, ଚନ୍ଦନ ସାହୁ, ଉଦିତ ସାହୁ, ସଙ୍ଗମ ଚାନ୍ଦ, ଶିବୁ ପଧାନ, ଅୟୁଷ୍ମାନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.