oom

ଗାନ୍ଧୀନଗରପଡା ରାମାୟଣ ପାରାୟଣ ଉଦ୍‌ଯାପିତ

jsmm

ବଲାଙ୍ଗିର, (ଦେବାଶିଷ ମଶ୍ର) : ବଲାଙ୍ଗିର ଗାନ୍ଧୀନଗରପଡା ସ୍ଥିତ ଗାନ୍ଧିଜୀ କ୍ଲବ ପରିଷଦରେ ଗତ ୨୯/୧୦/୨୦୨୨ ତାରିଖ ଶନିବାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତା.୦୭/୧୧/୨୦୨୨ ସୋମବାର ପର୍ଯ୍ୟନ୍ତ ନବଦିନ ବ୍ୟାପୀ ସୋନପୁର ଜିଲ୍ଲା କୁମୁଡେ ନିବାସୀ ଇପ୍‌ସିତ ମିଶ୍ରଙ୍କ ଦ୍ୱାରା ରାମାୟଣ ପାଠ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଏବଂ କାଉନସିଲ ସଭ୍ୟ ଶମ୍ଭୁ ନାଗ ଅତିଥି ରୂପେ ଯୋଗ ଦେଇଥିଲେ । ବରିଷ୍ଠ ଆଇନ୍‌ଜୀବୀ ଜୟରାମ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସୌଦାମିନି ମିଶ୍ର ମୁଖ୍ୟ କର୍ତ୍ତା ରୂପେ ଦାୟିତ୍ୱ ତୁଳାଇଥିବା ବେଳେ ବିଭିନ୍ନ ଦିବସରେ ଇନ୍ଦୁ ସାହୁ ସ୍ୱାମୀ ଜିବର୍ଦ୍ଧନ ବେହେରା, ଉମା ସେଠ ସ୍ୱାମୀ ବଂଶୀଧର ସେଠ, ମୀନା ସେଠୀ ସ୍ୱାମୀ ଯୋଗେଶ୍ୱର ସେଠି, ପଙ୍କଜିନି ଭୋଇ ସ୍ୱାମୀ କିରଟୀ ଭୋଇ, ବୃନ୍ଦାବତୀ ସେଲମା ସ୍ୱାମୀ ପଙ୍କଜ ସେଲମା, ପିଙ୍କି ବାଗ ସ୍ୱାମୀ ରାଜିବ ବାଗ, ମୋହିନି ବାଗ ସ୍ୱାମୀ ନିଳକଣ୍ଠ ବାଗ ଏବଂ ସୁଗନ୍ଧା ପଟେଲ ସ୍ୱାମୀ ଜ୍ୟୋତିର୍ମୟ ପଟେଲ ପ୍ରମୁଖ କର୍ତ୍ତା ରୂପେ ଯୋଗ ଦେଇଥିଲେ । ପୂଜକ ସୀମାଞ୍ଚଳ ନନ୍ଦ ପୂଜା କାର୍ଯ୍ୟ ତୁଳାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମୃଣମୟୀ ମିଶ୍ର, ବାସନ୍ତୀ ସାହୁ, ଇନ୍ଦୁମତି ସାହୁ, ମୀନା ଚୋପଦାର, ଭାଗ୍ୟବତୀ ବଗାର, ଯଶୋବନ୍ତୀ ବନଗୋଲା, ଅହଲ୍ୟା ପଧାନ, ସୁନୀ ସେଠ, ସୁପ୍ରଭା ସାହୁ, ମାୟାବତୀ ସାହୁ, ସୁଲୋଚନା ସାହୁ, ଶାନ୍ତି ସାହୁ, ଯଶୋବନ୍ତୀ ହେର୍ଣ୍ଣା, ଜାନକୀ ପଟେଲ, ଜୟଶ୍ରୀ ବାଗ, ସୀତା ଘିଭେଲା ସକ୍ରୀୟ ସହଯୋଗ କରିଥିଲେ । ଅନ୍ତିମ ଦିବସରେ ଗାୟକ ଇପସିତ୍‌ ମିଶ୍ର ଗାନ୍ଧିଜୀ କ୍ଲବର ସମସ୍ତ କର୍ମକର୍ତ୍ତା ଏବଂ ସମସ୍ତ ସଭ୍ୟ, ମା’ ଟେଣ୍ଟ ହାଉସ, ସତ୍ୟ ସାଉଣ୍ଡ ପାର୍ଟି ଏବଂ ସମସ୍ତ ଶ୍ରୋତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.