କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମୁସ୍କାନ ଇଣ୍ଟରନ୍ୟାସ୍ନାଲ ସ୍କୁଲ ଦ୍ୱାରା ଆନ୍ତଃଜିଲ୍ଲା ଦିନିକିଆ କରାଟେ ପ୍ରତିଯୋଗିତା ରବିବାର ଦିନ ଉଦ୍ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ୧୯ ଗୋଟି ବିଦ୍ୟାଳୟର ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆଜିକାର ଉଦ୍ଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କରାଟେ ଇଣ୍ଡିଆ ଅର୍ଗାନାଇଜେସନ ଦ୍ୱାରା ଅନୁବନ୍ଧିତ ଉତ୍କଳ କରାଟେ ସ୍କୁଲ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଜାତୀୟ ରେଫରି ସୁରେଶ ୟାଦବ ଜାଲଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ୨ ଜଣ ଜାତୀୟ ରେଫରି ଓ ୧୨ ଗୋଟି ରାଜ୍ୟସ୍ତରୀୟ ରେଫରି ଦ୍ୱାରା ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ କୁମୁଟି ଓ କାତା ଦୁଇଟି ଇଭେଣ୍ଟରେ ବୟସ ଅନୁଯାୟୀ ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀମାନଙ୍କୁ ଗୋଲ୍ଡ, ସିଲଭର ଓ ବ୍ରୋଂଜ ମେଡାଲ ସହ ମାନପତ୍ର ପ୍ରଦାନ କରାଯାଇଛି । ମୁସ୍କାନ ଇଣ୍ଟରନ୍ୟାସ୍ନାଲ ସ୍କୁଲର ପ୍ରିନ୍ସିପାଲ ମନ୍ସି ଜର୍ଜ ଓ ବିଦ୍ୟାଳୟ ଡାଇରେକ୍ଟର ବ୍ରଜେଶ ଅଗ୍ରୱାଲଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ କରାଟେ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ କରାଟେରେ ଅଂଶଗ୍ରହଣ କରିବେ ବୋଲି ଆୟୋଜକ ସୁରେଶ ୟାଦବ ଜାଲ ପ୍ରକାଶ କରିଛନ୍ତି ।
Next Post