୧୩ତମ ରାଜ୍ୟସ୍ତରୀୟ ମାର୍ଶଲ ଆର୍ଟ ଚାମ୍ପିୟନସିପ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଚାଲିଥିବା ୧୩ତମ ରାଜ୍ୟସ୍ତରୀୟ ମାର୍ଶଲ ଆର୍ଟ ଚାମ୍ପିୟନସିପ ଉଦ୍‌ଯାପିତ ହୋଇଯାଇଛି । ଓରିଏଣ୍ଟାଲ ମାର୍ଶଲ ଆର୍ଟ ଏକାଡ଼େମୀ ଓ କ୍ୱାନକି ଡୁ ଆସୋସିଏସନ୍ ଓଡିଶା ମିଳିତ ସହଯୋଗରେ ଏହା ପରିଚାଳିତ ହୋଇଥିଲା । ଓରିଏଣ୍ଟାଲ ମାର୍ଶଲ ଆର୍ଟର ସାଧାରଣ ସଂପାଦକ ସଚ୍ଚିଦାନନ୍ଦ ବିଶ୍ୱାଳ ଓ କ୍ୱାନକି ଡୁ ଆସୋସିଏସନ୍‌ର ସଭାପତି ସୁଦାମ କୁମାର ପ୍ରଧାନ ସୁନ୍ଦରଗଡ ଜିଲ୍ଲା କୋଚ ବିଶ୍ୱଜିତ ବାରିକ, ରାଉରକେଲା କୋଚ ଗୋଲକ ବେହେରା, କୋଚ ଗାଡୁ ବାଗ୍, ଦେବେନ୍ଦ୍ର ପ୍ରଧାନ, ଜେଠୋ ଖାଲକୋ, ଧର୍ମେନ୍ଦ୍ର ସିଂ, ଶିବପ୍ରସାଦ ନାଥ, ସତ୍ୟ ପ୍ରକାଶ ପଣ୍ଡା, କାର୍ଯ୍ୟକ୍ରମ ସଂପାଦକ ଅଜୟ ରାଠୋର, ଶୁଭ୍ରାଂଶୁ ଆଚାର୍ଯ୍ୟ ଓ ରୋହିତ କୁମାର ଦୀପ୍ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟର ୧୩ଟି ଜିଲ୍ଲା ସୁନ୍ଦରଗଡ, ବରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗିର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ପୁରୀ, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରୁ ୩୩୧ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ୨୪୦ଜଣ ପୁଅ ଓ ୯୧ ଜଣ ଝିଅ ଥିଲେ । ସେଥିମଧ୍ୟରୁ ତାଏକୋଣ୍ଡୋରେ ୯୦ ଜଣ, କ୍ୱାନକି ଡୋରେ ୧୫୦ ଜଣ, କରାଟେରେ ୬୦ ଜଣ ଓ କିକ୍ ବକ୍ସିଂରେ ୩୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଉଦ୍‌ଘାଟନୀ ଦିନ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି, ସତ୍ୟବ୍ରତ ଓଝା, ଦୀପିକା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ କୁମାର ଶର୍ମା ଓ ଉଦ୍‌ଯାପନୀ ସଂଧ୍ୟାରେ ଆରଏସପିର ଇଡି ପ୍ରମୋଦ କୁମାର ଶତପଥୀ, ବିଦ୍ୟାଳୟର ଅଧ୍ୟକ୍ଷ, ଉପାଧ୍ୟକ୍ଷା ଅଞ୍ଜଳି ଶତପଥୀ ପ୍ରମୁଖ ଯୋଗଦେଇ କୃତି ଖେଳାଳିଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସୁନ୍ଦରଗଡ ଜିଲ୍ଲା ଦଳଗତ ଚାମ୍ପିୟନ, ବଲାଙ୍ଗିର ଜିଲ୍ଲା ପ୍ରଥମ ରନର୍ସ ଅପ, ଭବାନୀପାଟଣା ଦ୍ୱିତୀୟ ରନର୍ସ ଅପ, କନ୍ଧମାଳ ଜିଲ୍ଲା ତୃତୀୟ ରନର୍ସ ଅପ ହୋଇଥିଲା ବେଳେ ରାଉରକେଲା କୋଏଲନଗର ବ୍ରାଞ୍ଚରୁ ଆଲୋକ ପ୍ରଧାନ ଫାଇଟିଂରେ ସ୍ୱର୍ଣ୍ଣ ଓ କାତାରେ ରୌପ୍ୟ ପଦକ ହାସଲ କରିଥିଲେ । ସମଗ୍ର ପ୍ରତିଯୋଗିତାରେ ବୈଭବ ଆଚାର୍ଯ୍ୟ ସ୍ୱର୍ଣ୍ଣ ଓ ଅଂଶୁମାନ ପାଣି ରୌପ୍ୟ ପଦକ ହାସଲ କରିଥିଲେ ।

Leave A Reply

Your email address will not be published.

error: Content is protected !!