ଦେଓଗାଁ,(ମନୀଷ କୁମାର ସାହୁ) : ଦେଓଗାଁ ଡାକ ବଙ୍ଗଳା ତଥା କୁତୁର୍ଲା ପଞ୍ଚାୟତ ସାରସବାହାଲ ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ବସ୍ତ୍ରେନ ଯାତ୍ରା ମଙ୍ଗଳବାର ଉଦଯାପିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଚୈତ୍ର ମଙ୍ଗଳବାର ଦିନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସାରସବାହାଲ ଗାଁର ଦେହେରୀ ଦାୟିତ୍ୱରେ ଥିବା ବସନ୍ତ ସେଠଙ୍କ ଘରୁ ପୂଜାଭାର ଆସି ପୂଜା ଆରମ୍ଭ ହୋଇଥିଲା । ପୂଜା କାମରେ ଝାଙ୍କର ଜନକ କୁଅଁର, ଜୟଦେବ ରଣା, ଅନାଦି ରଣା, ଧୁବା ରଣା ସହଯୋଗ କରିଥିବା ବେଳେ ଡମ୍ବରୁ ହରପାଲ, ୱାଡ଼ର୍ ସଭ୍ୟ ବୀର ରଣା, ଟୁନା ଚାନ୍ଦ, ଡମ୍ବରୁଧର ରଣା, ବିମ୍ବାଧର ରଣା, ଓ ବଙ୍ଗଳା ବଣିକ ସଂଘର ସମସ୍ତ ସଭ୍ୟ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।