- ସମାଜ ଗଠନ କରିବାରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ପଞ୍ଚାୟତ ଅଧିନସ୍ଥ ଦାବ୍ରି ଗାଁରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ମା’ ଦ୍ୱାରସେନୀ ଯୁବକ ସଂଘର ଚତୁର୍ଥତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ସଭାପତି ରାଜୁ ଛତ୍ରିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରତିନିଧି ମୟ ବାଗ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ଯୁବନେତା ନିଲେଶ ଛତ୍ରିଆ, ପୂର୍ବତନ କାଉନସିଲର ଦୁଃଖିଶ୍ୟାମ ରାୟ, ଅବସରପ୍ରାପ୍ତ କୃଷି ଅଧିକାରୀ ବିଶ୍ୱମ୍ଭର ବାଗ, ସମାଜସେବୀ ତଥା ବ୍ୟବସାୟୀ କୈଳାସ ଦୀପ, ଦାବିରି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଲତା ଧରୁଆ, ସାମ୍ବାଦିକ ତୁଳସୀରାମ ଜଗତ, ହିଆଁଲ ପଞ୍ଚାୟତ ସମିତି ସଭ୍ୟ ନବୀନ ଭୋଏ, ସମାଜକର୍ମୀ ଇଶାନ ସୋମିୟା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମାଜ ଗଠନ କରିବାରେ ଯୁବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜୟ ମା’ ଦ୍ୱାରସେନୀ ଯୁବକ ସଂଘର ସଚେତନତାରୁ ଆରମ୍ଭ କରି ସମାଜସେବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକୁ ଦେଖି ଅତିଥିମାନେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବ୍ ପରିଚାଳକ ଓ ପରାମର୍ଶଦାତା ପ୍ରତାପ ଚନ୍ଦ୍ର କୁଅର ସଂଯୋଜନା କରିଥିଲେ । ଏହି ଅବସରରେ ଅଞ୍ଚଳର ପ୍ରତିଷ୍ଠିତ ସମାଜସେବୀ, କଳାକାର, ସାମ୍ବାଦିକମାନଙ୍କୁ ଉପଢୌଉକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗାଁରେ ଗତ ୩ ଦିନ ଧରି ଚାଲିଥିବା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ବୁଗି ବୁଗି ଡାନ୍ସ ପ୍ରତିଯୋଗିତା, କଳା ପ୍ରଦର୍ଶନ, ଅର୍କେଷ୍ଟ୍ରା, ଦଣ୍ଡନାଚକୁ ଦର୍ଶକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦେଖିଥିଲେ । ଏଥିରେ ଦ୍ୱାରସେନୀ ଯୁବକ ସଂଘର କ୍ଲବ ପରିଚାଳକ ଓ ପରାମର୍ଶଦାତା ପ୍ରତାପ ଚନ୍ଦ୍ର କୁଅର, କ୍ଲବ ସହଯୋଗୀ ରୁକ୍ଷକର୍ତ୍ତା ଚନ୍ଦନ, ନବୀନ ଭୋଏ, ନେତ୍ର କୁମ୍ଭାର, ଚନ୍ଦ୍ରଧଜ ଚନ୍ଦନ, ସଭାପତି ରାଜୁ ଛତ୍ରିଆ, ସଂପାଦକ ଜିତୁ ସୁନା, କୋଷାଧ୍ୟକ୍ଷ ବୈକୁଣ୍ଠ ଚନ୍ଦନ, ଉପସଭାପତି ବୈକୁଣ୍ଠ କୁଅଁର, ସହ ସଂପାଦକ ନନ୍ଦି କିଶୋର ଚନ୍ଦନ, ସହ କୋଷାଧ୍ୟକ୍ଷ ରୋହିତ ନାଗ, ଲାଏବ୍ରେନ୍ ଦୁଃଖନାସନ ମଲ୍ଲିକ, ସଦସ୍ୟ ବିଷ୍ଣୁ ଗହୀର, ପ୍ରେମକାନ୍ତ ଚନ୍ଦନ, ଗଣେଶ ନାଗ, ଲଛମନ୍ କୁଅଁର, କ୍ରିଷ୍ଣା ମିଶ୍ର, ବସନ୍ତ ଛତ୍ରିଆ, ରାଜ ମଲ୍ଲିକ, ପୃଥିରାଜ ନାଗ, କାର୍ତ୍ତିକ ଛତ୍ରିଆ, ପ୍ରଧୁମ୍ ନିଆଲ, ସଜିତ ସୁନା, ବଡ ମାଝୀ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ ।