ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ମଖାପାଲି ଗ୍ରାମର ରାଧାକୃଷ୍ଣ ମନ୍ଦିରରେ ମଙ୍ଗଳବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର କଳସଯାତ୍ରା ଓ ଅଧିବାସ, ବୁଧବାର ଓ ଗୁରୁବାର ନାମଯଜ୍ଞ ତଥା ଶୁକ୍ରବାର ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ସହ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଥିଲା । ଏହି ନାମଯଜ୍ଞରେ କର୍ତ୍ତା ରୂପେ ବିଷ୍ଣୁପ୍ରସାଦ ସାହୁ ଓ ତାଙ୍କ ଧର୍ମପତ୍ନୀ ବୀଣାପାଣି ସାହୁ, ପୂଜକ ରୂପେ ପ୍ରକାଶ ଦାସ, ଜପକ ରୂପେ କାଶୀନାଥ ଦାସ ଓ ସାର୍ଥକରଞ୍ଜନ ଦାସ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ବଛା ବଛା ସଙ୍କୀର୍ତ୍ତନ୍ୟ ଦଳ ହରିନାମ ପରିବେଷଣ କରିଥିଲେ । ଆୟୋଜକ କମିଟି ସଭାପତି କେଶବ ସାହୁ, କେଲୁରାମ ସାହୁ, ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସହ କଦମ ଭୋଇ,ଅର୍ଜୁନ ବଞ୍ଛୋର୍, ପ୍ରଦୀପ ସାହୁ, ତ୍ରିନାଥ ବଞ୍ଚୋର, ରାମପ୍ରସାଦ ସାହୁ, ନିତ୍ୟା ସାହୁ, ସନମତ ସାହୁ, ଗଣେଶ ସାହୁ,କାଳିଆ ସାହୁ, ପୁଷ୍ପରାଜ ଭୋଇ, ଦିଲେଶ୍ୱର ସାହୁ,ବିଜୟ ସାହୁ, ଜାମ ବନଛୋର, ଶିବ ସାହୁ, ବ୍ରଜେଶ୍ୱର ସାହୁ, ରାଜା ସାହୁ, ଅବିନାଶ ସାହୁ ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ପବିତ୍ର ଅଖଣ୍ଡ ନାମଯଜ୍ଞରେ ଉପସ୍ଥିତ ହୋଇ ପ୍ରଭୁଙ୍କ ରସାମୃତ ପାନ କରିବାକୁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା ।