ନୃସିଂହନାଥରେ ମାଘମେଳା ସହ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ବରଗଡ ଜିଲ୍ଲା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ପ୍ରତିପର୍ଷ ପରି ଚଳିତ ବର୍ଷ ଦୁଇଦିନ ଧରି ମାଘମେଳା ସହ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ରବିବାର ଉଦଯାପିତ ହୋଇଯାଇଛି । ଅଷ୍ଟପ୍ରହରୀ ନାମଯଜ୍ଞରେ ମୁନିକେଲ, ହିରାପୁର, ଚିରୋଲି, କୋକନରା, ଡୁଡୁକିଝରିଆ, ବସେକେଲା, ମୁଣ୍ଡାପଲା, ବାଦିମାଲ, ଝାରମୁଣ୍ତା ଗ୍ରାମ ମାନଙ୍କର ଦଶ ଗୋଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । ଏହି ମହତ୍ ପୂଣ୍ୟ କାମରେ କର୍ତ୍ତା ଭାବରେ ଦିବ୍ୟ କିଶୋର ପଣ୍ତା ଓ ତାଙ୍କ ସହଧର୍ମିଣୀ ଅନୁପମା ପଣ୍ତା ଦାୟିତ୍ଵ ତୁଳାଇ ଥିଲେ । ଯଜ୍ଞ ପୁରୋହିତ ଡିଗ୍ରୀଧର ଦେବତା ଓ ମୁନା ଦେବତା ଦାୟିତ୍ଵ ନେଇ ପୂଜାପାଠ ସହ ହୋମ, ଯଜ୍ଞ ରୀତିନୀତି ଅନୁସାରେ କରିଥିଲେ । ଶନିବାର ଦିନ କଳସ ଶୋଭାଯାତ୍ରା କରାଯାଇ ପବିତ୍ର ଝରଣାର ଗଣେଶ ଘାଟରୁ ପବିତ୍ର ପାଣି ଆଣି ଆସ୍ଥାନରେ ଶୁଭ କଳସ ସ୍ଥାପନ ସହ ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ନାମ ସଂ୍ୱିର୍ତ୍ତନ୍ୟ ଆରମ୍ଭ କରାଯାଇଥିଲା । ଦୁଇଦିନ ଧରି ଯଜ୍ଞ ପୀଠରେ ତଥା ମାଘମେଳାରେ ପ୍ରବଳ ଭିଡ଼ ହୋଇଥିଲା । ରବିବାର ଅପରାହ୍ନରେ ପୂର୍ଣ୍ଣାହୁତି ପରେ ଦହି ହାଣ୍ଡି ଭଙ୍ଗାଯାଇ କଳସ ବିସର୍ଜନ କରାଯାଇଥିଲା । ଏଥିରେ ହଜାର ହଜାର ଭକ୍ତ ଏକତ୍ରିତ ହୋଇ କଳସ ବିସର୍ଜନ କରି ଅନ୍ନଭୋଗ ପାଇଥିଲେ । ଏଥିରେ ମନ୍ଦିରର ପୂଜକ ସୁଜ୍ଞାନ୍ତ ତ୍ରିପାଠୀ, ସତ୍ୟ ପୁରୋହିତ, ସିଦ୍ଧାର୍ଥ ପୁରୋହିତ, ମନମିତ ପୁରୋହିତ, ଆଜାଦ ମାଝୀ, ଶୁଭମ୍ ପୁଝାରୀ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟ ପରିଚାଳିତ ହୋଇଥିବା ବେଳେ ଗିରିଶ ଚନ୍ଦ୍ର ନାୟକ, ସୁବୋଧ ପଣ୍ଡା, ବଡ଼ ଶତପଥୀ, ବିଷ୍ଣୁ ପଶାୟତ, ସୁରଥ ସାହୁ, ମାନସ ନାୟକ, ଚିତ୍ତ ସରାଫ, ସ୍ମୃତିରଞ୍ଜନ ସାହୁ, ଜାକି ସରାଫ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.