ମା’, ସଦ୍ୟଜାତ ଓ ଶିଶୁଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ ପୋଷଣ ତାଲିମ ଉଦ୍‌ଯାପିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ମଦନ ପୁର ରାମପୁର ବ୍ଲକ ମଦନପୁର ସ୍ଥିତ କଲ୍ୟାଣ ମଣ୍ଡପଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ୍ ସୋସାଇଟି ତରଫରୁ ଶନିବାର ଓ ରବିବାର ଦୁଇ ଦିନ ଧରି ମା’, ସଦ୍ୟଜାତ ଓ ଶିଶୁଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ ପୋଷଣ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ଗୋଛାଡେଗେନ ଗ୍ରାମ ପଞ୍ଚାୟତର ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିବା ବେଳେ ତାଲିମଦାତା ଭାବେ ଶିବ ନାଥ ପଧାନ, କୃଷ୍ଣଚନ୍ଦ୍ର ବାରିକ ଯୋଗଦେଇ ମା’ ଗର୍ଭଧାରଣଠାରୁ ଶିଶୁର ଦୁଇ ବର୍ଷ ପର୍ଯ୍ୟନ୍ତ ୧୦୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ତନ୍ୟପାନ, ପୋଷଣ ଯୁକ୍ତ ଖାଦ୍ୟ ଉପରେ ତାଲିମ ପ୍ରଦାନ କରିଥିଲେ । ତାଲିମର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଆଇସିଡ଼ିଏସ ସୁପରଭାଇଜର ଶମୀଲ୍ଲା ବେହେରା ଯୋଗଦାନ କରି ଉଦ୍‌ଘାଟନ କରି ସମସ୍ତକୁ ଉତ୍ସାହିତ କରିଥିଲେ । ତାଲିମ ଶିବିରରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ଗ୍ରାମୀଣ ସଂଯୋଜକ ଅମ୍ବରିଶ ମିଶ୍ର, ଗ୍ରାମୀଣ ସଙ୍ଗଠକ କିଶୋର ଦାଶ୍, ସ୍ୱେଚ୍ଛାସେବୀ ବାସନ୍ତୀ ସାହୁ, ବିନୋଦିନୀ ନାଏକ, ଲିଙ୍ଗରାଜ ପାତ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.