ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କୁଣ୍ଡାବୁଟଲା ଗାଁରେ ଚାଲିଥିବା ମା’ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆୟୋଜିତ ଫାଇନାଲ ମ୍ୟାଚରେ ପରାସରା ଚାମ୍ପିଆନ ହୋଇଛି । ପରାସରା ବନାମ ଟିଟିଗାଁ ଥିବା ବେଳେ ପରାସରା ପ୍ରଥମେ ବ୍ୟାଟିଙ୍ଗ କରି ୧୨ ଓଭରରେ ୧୭୯ ରନ୍ କରିଥିଲା । ଜବାବରେ ଟିଟିଗାଁ ଦଳ ୧୨ ଓଭରରେ ୧୩୪ କରି ପରାଜିତ ହୋଇଥିଲା । ନେପାଳ ବେହେରା ଓ ବଳରାମ ବେହେରା ଖେଳ ପରିଚାଳନା କରିଥିଲେ । ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା, କୁଣ୍ଡାବୁଟଲା ସରପଞ୍ଚ ପୂର୍ଣ୍ଣିମା ବେହେରା, ପୂର୍ବତନ ସମିତିସଭ୍ୟ ହଂସରାଜ୍ ସାହୁ, କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ସଭାପତି ପବିତ୍ର ପୋଢ ଯୋଗ ଦେଇଥିଲେ । ଅଞ୍ଚଳର ଅନେକ ଲୋକ ଖେଳକୁ ଉପଭୋଗ କରିଥିଲେ । ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।