ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳରେ ୧୮ ତମ ବାର୍ଷିକ ଉତ୍ସବ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳ ଘୁଚାପାଲିରେ ୧୭ତମ ବାର୍ଷିକ ଉତ୍ସବ ସୋମବାର ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବରେ ନୂତନ ପ୍ରବୀଷ୍ଠ କନ୍ୟା ମାନଙ୍କର ବ୍ରତ ଉପନୟନ ଓ ବେଦାରମ୍ଭ ସଂସ୍କାର କରାଯାଇଥିଲା । ଏଥିସହ ନାରୀ ଉତ୍ଥାନ ସମ୍ବିଳନୀ, ରାଷ୍ଟ୍ର ନିର୍ମାଣ ସମ୍ମିଳନୀ, ବେଦ ସମ୍ମିଳନୀ, ପର୍ଯ୍ୟାବରଣ ସମ୍ମିଳନୀ, ଶିକ୍ଷା ଏବଂ ସଂସ୍କୃତି ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ଅଂଚଳର ଅନେକ ଶ୍ରୋତା, ବକ୍ତା ଏକତ୍ରିତ ହୋଇଥିଲେ ଏବଂ ସାମବେଦ ପାରାୟଣ ମହାଯଜ୍ଞରେ ଏକତ୍ରିତ ହୋଇ ହୋମକୁଣ୍ଡରେ ଘୃତ ପ୍ରଦାନ କରି ମହାପୂଣ୍ୟ ଲାଭ କରିଥିଲେ । କନ୍ୟା ଗୁରୁକୁଳର ଛାତ୍ରୀ ମାନଙ୍କ ମଧ୍ୟରେ ଗୀତ, ନାଚ, ସଂଗୀତ, ବକ୍‌କ୍ତକ୍ତୃତା ଚିତ୍ରାଙ୍କନ, ପ୍ରତିଯୋଗିତା ସହ ବିଭିନ୍ନ ପ୍ରକାରର କୁସ୍ତି କରାଯାଇ ଥିଲା । ଝିଅ ମାନଙ୍କର ଉତ୍କୃଷ୍ଟ କାର୍ଯ୍ୟକ୍ରମ ଦେଖି ଦର୍ଶକମାନେ ଖୁବ ପ୍ରଶଂସା କରିଥିଲେ । ଏହି ଅବସରରେ କନ୍ୟା ଗୁରୁକୁଳ ପରିଚାଳନା କମିଟିର ସଭାପତି ବଡ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ଜନପ୍ରିୟ ନାରୀ ନେତ୍ରୀ ବର୍ଷା ସିଂହ ବରିହା ଯୋଗଦେଇ ଯଜ୍ଞକୁଣ୍ଡରେ ଘୃତ ଆହୁତି ପ୍ରଦାନ କରିଥିଲେ ଓ ଏଠାରେ ଅଧ୍ୟୟନ କରୁଥିବା ୯୦ ଜଣ କନ୍ୟା ମାନଙ୍କ ସହ କିଛି ସମୟ ବିତାଇ ବତ୍‌ର୍ତ୍ତମାନ ଲୋକେ ନିଜ ନିଜର ସନ୍ତାନ ମାନଙ୍କୁ ପ୍ରାଇଭେଟ ସ୍କୁଲରେ ପାଠ ପଢାଉ ଥିବାବେଳେ ଏଠାରେ ଯେଉଁ ମା’ ବାପାମାନେ ନିଜ ଝିଅ ମାନଙ୍କୁ କନ୍ୟା ଗୁରୁକୁଳକୁ ବେଦ, ଉପନିଷଦ ପଢିବା ପାଇଁ ପଠାଉଛନ୍ତି ସେମାନେ ଧନ୍ୟବାଦର ପାତ୍ର ଅଟନ୍ତି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସ୍ୱାମୀ, ସୁରେଶ୍ୱରାନନ୍ଦଜୀ, ଚୈତନ୍ୟ ମୁନିଜୀ, ସୁରେଶ ମୁନିଜୀ, ସୁଦୂର ହଲାଣ୍ଡରୁ ଆସିଥିବା ଇନ୍ଦିରାବତୀଜୀ, କନ୍ୟା ଗୁରୁକୁଳ ସଂଚାଳକ ଆଚାର୍ଯ୍ୟ ନରଦେବଜୀ ଯଜୁର୍ବେଦୀ, ଆଚାର୍ଯ୍ୟା ଡା. ସାରଦା ବିଦ୍ୟାଳଙ୍କାର, ପ୍ରମୁଖ ବିଦ୍ୱାନ ପଣ୍ଡିତ, ସାଧୁ ମହାତ୍ମା ରାଷ୍ଟ୍ରସେବୀ ମାନେ ଯୋଗଦେଇ ତାଙ୍କର ମୁଖ ନିଃସୃତ ବାଣୀରେ ଅନର୍ଗଳ ମଣିଷ କିପରି ଆଧୁନିକ ଯୁଗରେ ସୁଖରେ ବଂଚିବେ, ନିଜର କୁଟୁମ୍ବ କିପରି ଧର୍ମକୁ ଆଦରି ପରିଚାଳିତ ହେବେ, ଶିକ୍ଷିତ ହୋଇ କିପରି ରାଷ୍ଟ୍ର ନିର୍ମାଣ କରିବେ, ନାରୀଜାତି ଉଚ୍ଚ ଶିକ୍ଷିତା ହୋଇ ସମାଜର ମଙ୍ଗଳ କାମରେ ଆଗେଇ ଆସିବେ, ଛାତ୍ରଛାତ୍ରୀଙ୍କ ଶିକ୍ଷା କିପରି ହେବା କଥା, ଇତ୍ୟାଦି ବିଷୟରେ ବିସ୍ତୃତ ଦିଗଦର୍ଶନ ଦେଇ ସ୍ରୋତା ମାନଙ୍କ ମନ ମୁଗ୍ଧ କରିଦେଇଥିଲେ । ସଭା ପରିଚାଳନା ଆଚାର୍ଯ୍ୟ ନରଦେବଜୀ କରିଥିଲେ, ସଭାର ଉଦ୍ଦେଶ୍ୟ ଜ୍ଞାପନ ଆଚାର୍ଯ୍ୟା ସାରଦାଜୀ କରିଥିବା ବେଳେ ଧନ୍ୟବାଦ ଅର୍ପଣ କନ୍ୟା ଗୁରୁକୁଳର ପ୍ରବନ୍ଧକ ଆଚାର୍ଯ୍ୟ ଅନନ୍ତ କୁମାର କରିଥିଲେ । ଶେଷରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ସେବନ କରାଇଥିଲେ ଭୁବନେଶ୍ୱର ଶାସ୍ତ୍ରୀ ଓ ତାଙ୍କର ସାଥିମାନେ । ଏହି ବାର୍ଷିକ ଉତ୍ସବରେ ଗୁରୁକୁଳର ସମସ୍ତ ଅନ୍ତେବାସୀ ମାନେ ସହଯୋଗ କରି ସରସ ଓ ସୁନ୍ଦର କରିଥିଲେ ।

Leave A Reply

Your email address will not be published.