ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗତ ଦୁଇ ଦିନ ଧରି ଚାଲିଥିବା ବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଶୋଭାଯାତ୍ରାରେ ବାହାରି ଗାଁରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ଆଣି ମଞ୍ଚ ସମ୍ମୁଖରେ ସ୍ଥାପନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରେମାନନ୍ଦ ଯୋଶୀ କ୍ରୀଡ଼ା ପତାକା ଉତ୍ତୋଳନ କରି ଖେଳ ଶୁଭାରମ୍ଭ କରିଥିଲେ । ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବରିଷ୍ଠ ବର୍ଗ, କନିଷ୍ଠ ବର୍ଗ, ଉପ-କନିଷ୍ଠ ବର୍ଗ ଓ ଶିଶୁ ବର୍ଗରେ ବିଭକ୍ତ କରାଯାଇଥିଲା । ଏଥିରେ ଉଚ୍ଚ ଡିଆଁ, ଲମ୍ବଡିଆଁ, ଗୋଲା ଫିଙ୍ଗା, ଡିସ୍କସ୍ ଥ୍ରୋ ମ୍ୟୁଜିକ୍ ଚେୟାର, ବେଙ୍ଗ ଡିଆଁ ଭଳି କୋଡି଼ିଏଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ମୋଟ ଷାଠିଏ ଜଣ ପ୍ରତିଯୋଗୀ ବିଜୟ ଲାଭ କରିଥିଲେ । ସମସ୍ତଙ୍କୁ ପୁରସ୍କାର ସ୍ୱରୂପ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରଧାନଶିକ୍ଷକ ପ୍ରେମାନନ୍ଦ ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ପତ୍ରାପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବେତାବ କୁମାର ବିଭାର ମୁଖ୍ୟ ଅତିଥି, ଏସ୍ଏମ୍ସି କମିଟି ଅଧ୍ୟକ୍ଷ ହେମରାଜ ରଣା, ଉପାଧ୍ୟକ୍ଷା ଆରତି ଜାନୀ ଓ ବରିଷ୍ଠ ଶିକ୍ଷକ ଫକୀର ମୋହନ ଖମାରୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ସହକାରୀ ଶିକ୍ଷକ ପ୍ରମୋଦ କୁମାର କର୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉମାକାନ୍ତ ବେହେରା ଓ ମୁରିବାହାଲ କେଜିବିଭି ଖେଳ ଶିକ୍ଷକ ଝସକେତନ ରାଜହଂସ ଖେଳ ପରିଚାଳନା କରଥିଲେ । ଏହି କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ବେହେରା, ଭୀମସେନ ନାଏକ, ଗଜପତି ଭୋଇ ସ୍ଵାନନ୍ଦ ଭୋଇ, ଶିକ୍ଷୟିତ୍ରୀ ଜ୍ୟୋସ୍ନା ଭୋଇ, ଜ୍ୟୋତିରେଖା ନାଥ, କୁନି ଭୋଇ, ସୁବାସିନୀ ନାଏକ, ଶିଶୁ ସେବିକା ସନ୍ତୋଷିନୀ ପଧାନ, ଓ୍ୱାଚ ଓ ଓ୍ୱାର୍ଡ ସନାତନ ପଧାନ, ହାଉସ୍ କିପର୍ ସତ୍ୟବାନ ଭୋଇ ଏବଂ ଏସଏମସି ସଭ୍ୟ ଭୀମସେନ ଭୋଇ, କାର୍ତ୍ତିକ ରଣା,ଘାସି ରଣା ସଭ୍ୟା କୌଶଲ୍ୟା ରଣା,ଦୀପା ମହତ, ରେବତୀ ରଣା, କଳ୍ପନା ରଣା ପ୍ରମୁଖ ଉପସ୍ଥିତ ରହି ସଂପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଧ୍ଵଜା ଅବତରଣ ଓ ମଶାଲ ଅଗ୍ନି ନିର୍ବାପିତ କରି ପ୍ରଧାନ ଶିକ୍ଷକ କ୍ରୀଡ଼ାର ପରିସମାପ୍ତି ଘୋଷଣା କରିଥିଲେ ।