ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ଗ୍ରାମ ପଞ୍ଚାୟତ ସଦର ମହକୁମା ଡକ୍ଟର ଭୀମରାଓ ଆମ୍ବେଦକର ଖେଳ ପଡିଆଠାରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ବିଟାବନ୍ଧ ସରପଞ୍ଚ ଓ ସିରୋଲ ସରପଞ୍ଚ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଅଗସ୍ତି ବାଗ, ସମିତିସଭ୍ୟା, ନାଏବ ସରପଞ୍ଚ, ୱାର୍ଡ ସଭ୍ୟ, ଯଦୁତାଣ୍ଡି, ଖନ୍ଦେଶ୍ୱର୍ ଘିଭେଲା, ଗୋରଙ୍ଗ ଘିଭେଲା, ମାୟାଧର ପୋଡ, ଶତ୍ରୁଘ୍ନ ଘିଭେଲା, ବିସମ୍ବର୍ ତାଣ୍ଡି, ବରୁଣ ଲୁହା, ପିଣ୍ଣ୍ଟୁ ଦୀପ, ଡିଙ୍ଗର ତାଣ୍ଡି, ମଞ୍ଜିଟ, ଚନ୍ଦ୍ର, ଗଣେଶ, ମାଣିକ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଖେଳରେ ୧୬ଟି ଦଳ ଯୋଗ ଦେଇଥିଲେ । ଫାଇନାଲ ଖେଳରେ ବିଟାବନ୍ଦ ଓ ସାଗ୍ନାନାମୁଣ୍ଡା ମଧ୍ୟରେ ଖେଳ ହୋଇଥିଲା । ବିଟାବନ୍ଧ ଦଳ ୧୦ ଓଭରରେ ୧୧୧ ରନ କରିଥିଲେ ଓ ସାଗ୍ନାମୁଣ୍ଡା ଦଳ ୩ ୱିକେଟ ବିନିମୟରେ ୧୧୨ ରନ କରି ଫାଇନାଲ ଖେଲ ଜିତିଥିଲେ । ବିଜେତା ଦଳକୁ ୧୮ ହଜାର ଟଙ୍କା ଓ ରନର ଅଫ ଦଳକୁ ୧୪ହଜାର ଟଙ୍କା ପୁରସ୍କାର ଦେଇ ଟ୍ରଫି ବଣ୍ଟନ କରିଥିଲେ । ଖଣ୍ଡେଶ୍ୱର ଘିବେଲା ଧନ୍ୟବାଦ୍ ଅର୍ପଣ କରିଥିଲେ ।