mahavir

ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ୨ଟି ୟୁନିଟର ଏକ ସପ୍ତାହ ବ୍ୟାପୀ ଆୟୋଜିତ ଶୀତକାଳୀନ ସେବା ଶିବିର ବଡଗାଁ ପୋଷ୍ୟଗ୍ରାମରେ ଉଦଯାପିତ ହୋଇଯାଇଛି । ଏଥିରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅବସରପ୍ରାପ୍ତ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ହମନ୍ ଦିବାକା ପ୍ରମୁଖ ଉପସ୍ଥିତ ରହି ଏକ ସପ୍ତାହ ବ୍ୟାପୀ ଅନୁଷ୍ଠିତ ଏହି ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏକ ସପ୍ତାହ ବ୍ୟାପୀ ଆୟୋଜିତ ଏହି ଶିବିରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ସେଲ ପକ୍ଷରୁ କନ୍ଧମାଳ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ. ନଳିନୀ କୁମାର ପାଣିଗ୍ରାହୀ, ବିଏସ୍‌ଏଫ୍‌ର କର୍ମଚାରୀ ଗଣ ଉପସ୍ଥିତ ରହି ଶିବିରାର୍ଥୀଙ୍କୁ ବ୍ୟକ୍ତିତ୍ୱ ବିକାଶରେ ଜାତୀୟ ସେବା ଯୋଜନାର ଭୂମିକା ବର୍ଣ୍ଣନା କରିଥିବା ବେଳେ ସ୍ୱାସ୍ଥ୍ୟ, ଜଙ୍ଗଲ ସୁରକ୍ଷା, ଅଗ୍ନି ନିରାପତ୍ତା, ସଡ଼କ ସୁରକ୍ଷା ଭଳି ବିଭିନ୍ନ ବିଷୟରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋକପାତ କରିଥିଲେ । ଉପସ୍ଥିତ ଶିବିରାର୍ଥୀମାନେ ଏକ ସପ୍ତାହ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଚେତନତା ସଭା ରାଲି ଘର ଘର ବୁଲି ସରକାରୀ ଯୋଜନା ସର୍ଭେ କରିବା ସହ ବିଭିନ୍ନ ସମୟର ଜୀବନ୍ତ ଅନୁଭୂତି ବଖାଣି ଥିଲେ । ଶେଷରେ ଅଧ୍ୟାପକ ହମନ୍ ଦିବାକା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.