ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ)ର ବୁଢାଦେଓ ଯାତ୍ରା ଅବସରରେ ଦୁଇ ଦିନ ଧରି ବୁଢାଦେଓ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର, ବୁଢାଦେଓ ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ ଅୟୋଜିତ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ପ୍ରଥମ ସନ୍ଧ୍ୟା କାର୍ଯ୍ୟକ୍ରମକୁ ସଦାନନ୍ଦ ପାସାୟତ ପରିଚାଳନା କ୍ରମେ ଲୋଇସିଂହା ବନ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶି, ଲୋଇସିଂହା ତହସିଲଦାର ଟିକୁନୁ ପୁଟା, ଡା. ସଂଜୀବ ବିଶ୍ୱାଳ ନଅଗାଁ ସରପଞ୍ଚ ବୃନ୍ଦାବନ ସେଠ, ନରସିଂହ ସାହୁ ଅତିଥି ଭାବେ ଯୋଗଦାନ କରିଥିଲେ । ବିଶ୍ୱରେ ଆଦିବାସୀ ସଂସ୍କୃତି, ପରମ୍ପରା ଦିନକୁ ଦିନ ଲୋପ ହେବାକୁ ବସିଛି । ଏଣୁ ଉକ୍ତ ମହୋତ୍ସବକୁ ଆହୁରି ବ୍ୟାପକ ଭାବେ କରିବାକୁ ଅତିଥିମାନେ ମତଦାନ କରିଥିଲେ । ମହୋତ୍ସବ ଦ୍ୱିତୀୟ ଦିନ ସନ୍ଧ୍ୟା ଉଦ୍ଯାପନି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ମନମୋହନ ପଟେଲ, ଲଳିତ ମୋହନ ସାହୁ ମଞ୍ଛାସିନ ଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଲାଭ କରିଥିବା ଝରଣିପାଲି ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ସୁନିତା ସାହୁ, ଝରଣିପାଲି ଅଙ୍ଗନବାଡି କର୍ମୀ ଶ୍ରୀମତୀ ରଶ୍ମିରେଖା ସାହୁ, ଆଡେଂଡୁଙ୍ଗୁରି କୃଷକ ବିରେନ ଭୋଇ, ନଅଗାଁ (ଖ)ର ଅବସର ପ୍ରାପ୍ତ ଖେଳ ଶିକ୍ଷକ ସୀତାରାମ ପଧାନ, ପୁରାତନ ବାଜା କଳାକାର ଘାସି ହରପାଳ, କୀର୍ତ୍ତନ ମହାନନ୍ଦ, ଆଦିବାସୀ ସଂଗଠନରୁ ଗୋବିନ୍ଦ କୁଅଁରଙ୍କୁ ମନ୍ତ୍ରୀଙ୍କ ହସ୍ତରେ ସମ୍ମାନପତ୍ର ସହିତ ଉପଢୌକନ ପ୍ରଦାନ କରାଯାଇଥିଲା । ଦୁଇଦିନ ଧରି ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଂସ୍କୃତିକ ଦଳ ଆସି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶନ କରିଥିଲେ । ନଅଗାଁ କୁନି କଳାକାରମାନଙ୍କୁ ନେଇ ତପସ୍ୱିନୀ କାବ୍ୟ ଓ ପାଣ୍ଡେସରା ମହକ କିଶୋରୀ ସଂଗଠନ ତରଫରୁ ବାଲ୍ୟ ବିବାହ ଆଧାରିତ ଏକ ଡ୍ରାମା ପ୍ରଦର୍ଶନ କରାଯାଇଥିଲା । ବିଳମ୍ବ ରାତ୍ରି ପର୍ଯ୍ୟନ୍ତ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ ପରିଚାଳନା କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ବିଶି, ଦିଲ୍ଲୀପ କୁଅଁର, ଦେବଦତ୍ତ ଦଣ୍ଡସେନା, ପ୍ରହ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ରଞ୍ଜନ ମହାଲିଙ୍ଗ, ରମେଶ ପଧାନ, ଆଶିଷ ବିଶ୍ୱାଳ ସମେତ ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।