ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଉଦଯାପିତ

-“ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢ଼ାଇଥାଏ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାଠାରେ ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ମେଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଡେପୁଟି ଡାଇରେକ୍ଟର, ଓସେପା ଶୈଳଜା ତନୟା ଶତପଥି, ସମ୍ମାନୀତ ଅତିଥି ଭାବେ ଏଡିଇଓ ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ପୃଥ୍ଵୀରାଜ ହାଇସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷିନୀ ସେଠୀ ପ୍ରମୁଖ ଯୋଗଦେଇ ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବା ସହ ଭବିଷ୍ୟତର ବୈଜ୍ଞାନିକ, ଇଞ୍ଜିନିୟର ଓ ଗବେଷକ ତିଆରି କରିବାର ଏକ ଶକ୍ତିଶାଳୀ ମଞ୍ଚ ବୋଲି କହିଥିଲେ । ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ ଚଳିତ ବର୍ଷ ବିଜ୍ଞାନ ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଉକ୍ତ ପ୍ରଦର୍ଶନୀରେ ଜିଲ୍ଲାର ୧୪ଗୋଟି ବ୍ଲକରୁ ମନୋନୀତ ହୋଇ ୯୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ମେଳାରେ ପ୍ରଦର୍ଶିତ ପ୍ରକଳ୍ପ ମଧ୍ୟରୁ ଲୋଇସିଂହା ବ୍ଲକ ବାଦୀମୁଣ୍ଡା ଜିୟୁପିଏସର ନିକିତା ପଧାନ, ଟିଟିଲାଗଡ ବ୍ଲକ ଓଏଭି କୁରଶୁଡ଼ର ଦିବ୍ୟାଂଶୁ ଶେଖର ହୋତା, ଖପ୍ରାଖୋଲ ବ୍ଲକ ଓଏଭି ର ସାଇ କ୍ରୀଷ୍ଣା ନନ୍ଦ, ଦେଓଗାଁ ବ୍ଲକ ବାଦିବାହାଲ ହାଇସ୍କୁଲର ଶ୍ରୀୟା ରଣା, ବେଲପଡା ଜିୟୁପିଏସ ସର୍ଗିଗୁଡାର ବିକାଶ ଥପା, ଦେଓଗାଁ ଚନ୍ଦ୍ରପୁର ଓଏଭିର ଲକ୍ଷ୍ମୀପ୍ରିୟା ବାରିକ, ପି.ଆର ହାଇସ୍କୁଲର ଅନ୍ୱେଷ ଭୂଷଣ ରଣାଙ୍କ ପ୍ରକଳ୍ପ ଗୁଡି଼କ ରାଜ୍ୟସ୍ତରୀୟ ବାଳ ବୈଜ୍ଞାନିକ ମେଳା ପାଇଁ ବିଚାରକମାନଙ୍କ ଦ୍ୱାରା ମନୋନୀତ ହୋଇଥିଲା । ଉଦଯାପନୀ ଉତ୍ସବରେ ଏଡିଏମ ଡ.ବିଜୟାନନ୍ଦ ସେଠି ମୁଖ୍ୟ ଅତିଥି, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ରୀନା କୁମାରୀ ବେହେରା, ଡିଏସଏସ ନବଘନ ସାହୁ, ବଲାଙ୍ଗିର ସଦର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଯୋଶୀ ପ୍ରମୁଖ ମଂଚାସୀନ ଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଉଭୟ ଅଧିବେଶନର କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଅଲିଭା ଦୀପ ସଂଯୋଜନା କରିଥିବାବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ସରୋଜ ନାୟକ । ଏହି କାର୍ଯ୍ୟକ୍ରମରେ ଓଏଭି ପଥରଚେପାର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀଙ୍କ ସମେତ ବିଦ୍ୟାଳୟର ଏନସିସି କ୍ୟାଡେଟ, ସ୍ୱେଛାସେବୀ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବିଜ୍ଞାନ ବିଭାଗର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.