lika

ଏଆଇଏଫ୍‌ଏଫ୍‌ ଡି.ଡିପ୍ଲୋମା ଫୁଟବଲ୍‌ କୋଚ୍‌ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସାଇଟ୍‌ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଡି.ଡିପ୍ଲୋମା ଫୁଟବଲ କୋଚିଙ୍ଗ ପାଠ୍ୟକ୍ରମ ଉଦଯାପିତ ହୋଇଯାଇଛି । ଅଲଇଣ୍ଡିଆ ଫୁଟବଲ ଫେଡେରେସନ ନୂଆଁଦିଲ୍ଲୀ ଓ ଫାଓ କଟକର ମିଳିତ ଆନୁକୂଲ୍ୟରେ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ତରଫରୁ ଡ.ଶ୍ରୀକର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବାଧାନରେ ସାଇଟ କ୍ୟାମ୍ପସ ଠାରେ ଗତ ୧୧ ତାରିଖ ଠାରୁ ୧୭ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଆଇଏଫ୍‌ଏଫ୍‌ ତରଫରୁ ପ୍ରଶିକ୍ଷକ ଭାବରେ କଲିକତାର ସୟଦ ଅଲତାଭ ଉଦ୍ଦିନ ଅହମ୍ମଦ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିବା ବେଳେ ବଲାଙ୍ଗିର ଜିଲା୍ଲ ଫୁଟବଲ କୋଚ୍‌ ପରାସର ବାଗ ସଂଯୋଜକ ଦାୟିତ୍ୱ ତୁଳାଇଥିଲେ । ଓଡିଶାର ୨୨ ଜିଲ୍ଲା ରୁ ୨୮ ଜଣ ଫୁଟବଲ କୋଚ୍‌ ପ୍ରଶିକ୍ଷଣ ନେଇଥିଲେ ।

ଉଦ୍ୟାପନୀ ଉତ୍ସବରେ ଫାଓ ଓଡିଶା କାର୍ୟ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲ କ୍ରୀଡା ସଂସଦ ବଲାଙ୍ଗିର ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଶିକ୍ଷକ ଶ୍ରୀ ଅହମ୍ମଦଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ଉପଢୈ÷ାକନ ଦେଇ ସମ୍ମାନିତ କରିଥିଲେ । ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା କ୍ରୀଡା ସଂସଦ ତରଫରୁ ବହୁ ସଦସ୍ୟ ଯୋଗଦାନ କରି କୋଚ୍‌ ମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ କୋଚ୍‌ ପରାସର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.