ତକ୍ଷଶିଳା ଗୁରୁକୁଳର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଚିମନିଭାଟି ସ୍ଥିତ ତକ୍ଷଶିଳା ଗୁରୁକୁଳ ସ୍କୁଲ ପଡିଆରେ ବାର୍ଷିକ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରୀ ଅଧିବକ୍ତା ସଂଜୟ ପ୍ରଧାନ ଓ ଅନ୍ତର୍ଜାତୀକ କରାଟେ ସ୍ୱର୍ଣ୍ଣ ପଦକ ବିଜେତା କୋଚ ତଥା ଯୁବ ସମାଜ ସେବୀ ଅସୀମ କୁମାର ଭୋଇ ଅତିଥି ଭାବେ ଯୋଗଦାନ ଦେଇ କ୍ରୀଡାର ବିକାଶରେ ଦେଶର ବିକାଶ ବୋଲି ବକ୍ତବ୍ୟ ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପ୍ରତିଷ୍ଠାତା ପ୍ରତିମା ପ୍ରଧାନ, ଡାଇରେକ୍ଟର ବାଳଗୋପାଳ ପ୍ରଧାନ, ଅଧ୍ୟକ୍ଷ ନଳିନୀ ପ୍ରଭା ରାୟ ମଂଚାସିନ ଥିଲେ । ବିଶିଷ୍ଟ କ୍ରୀଡାବିତ ଗରୁଡଧ୍ୱଜ ସାଏ ଖେଳ ପରିଚାଳନା କରିଥିବା ବେଳେ ଆର୍ତତ୍ରାଣ ବାଗ ମଂଚ ପରିଚାଳନା କରିଥିଲେ । ଏଥିରେ ୫୦ ମିଟର ଦୌଡ, ବୋଟଲ ଖେଳ, ନମ୍ବର ଖେଳ, ଲମ୍ବ ଡିଆଁ, ମ୍ୟୁଜିକ ଚେୟାର, ବେଙ୍ଗ ଡିଆଁ ପ୍ରସ୍ତୁତି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରେୟାସ୍‌ ପ୍ରଧାନ, ମାନସ ନଟ, କର୍ଣ୍ଣ ଓ ସମସ୍ତ ସ୍କୁଲ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.