ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ଶ୍ରୀ ରଘୁନାଥ ମଣ୍ଡପରେ ମାସ ବ୍ୟାପି ପ୍ରାତଃରେ ନାନା ବାଦ୍ୟଧ୍ୱନୀରେ ପାରାୟଣ ପଠନ ଏବଂ ଦୈନିକ ସନ୍ଧ୍ୟାରେ, ଭଜନ, କୀର୍ତ୍ତନ, ପ୍ରବଚନ ଆଦି ପରିଚାଳିତ ହୋଇଆସିଥିଲା । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀରାମଚରିତ ମାନସ ପାରାୟଣ ଉଦଯାପିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ଵତନ୍ତ୍ର ନୀତିକାନ୍ତି ଲାଗି ହୋଇ ମଙ୍ଗଳ ଆଳତୀ, ରାଜଆଳତୀ ଆଦି ଅନୁଷ୍ଠିତ ହୋଇଛି । ହୋମଯଜ୍ଞ, ଯଥା ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ମାସ ପାରାୟଣ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାସ ମହାରାଜ ଶ୍ରୀ ଭୀମସେନ ପ୍ରଧାନ ଏହି ଦୈନିକ ଶ୍ରୀରାମଚରିତ ମାନସ ପାରାୟଣରେ ପୌରୋହିତ୍ୟ କରିଥିଲେ । ଉଦଯାପନୀ ଦିବସରେ ଅଗଣିତ ଭକ୍ତଙ୍କ ସମାଗମ ହୋଇ ସ୍ଥାନଟି ଉତ୍ସବ ମୁଖର ହୋଇ ଉଠିଥିଲା । ଶେଷରେ ଆନନ୍ଦ ବଜାରରେ ଶହଶ୍ରାଧିକ ଭକ୍ତ ଅନ୍ନପ୍ରସାଦ ଭୋଗରେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଥିଲେ ।
Prev Post