centurian jitm

୧୦ ଦିନିଆ ବ୍ଲକସ୍ତରୀୟ ଏସିଏମ୍‌ ଏବଂ ପମ୍ପ ଡ୍ରାଇଭର ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

nschool

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ତରଫରୁ ଜଳ ଓ ପରିମଳ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ଏସିଏମ୍‌ ଓ ପମ୍ପ ଡ୍ରାଇଭରମାନଙ୍କର ଚାଲିଥିବା ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମଟି ବ୍ଲକର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟମାନଙ୍କରେ ହୋଇଥିବା ବେଳେ ଉଦ୍‌ଯାପନୀ ତାଲିମ କାର୍ଯ୍ୟକ୍ରମ ଡିଣ୍ଡିରାଗାଁ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝୁଲିଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ତାଲିମ କାର୍ଯ୍ୟକ୍ରମରେ ଫିରଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏପିଓ ସୁମନ୍ତ ଉଠାଣ ସିଂ, ଜିପିଓ ରବୀନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା, କନିଷ୍ଠ ଜନ୍ତ୍ରୀ ଲିଙ୍ଗରାଜ ପାତ୍ର, ଯନ୍ତ୍ରୀ ସୁନିଲ କୁମାର ପାତ୍ର, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ସମ୍ବାରିଆ ବେହେରା ଓ ହିଲେଶ୍ୱର ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ । ୧୦ ଦିନ ଧରି ବ୍ଲକର ୨୪ଟି ପଂଚାୟତର ପ୍ରାୟ ୭୦ ଏସିଏମ ଏବଂ ପମ୍ପ ଡ୍ରାଇଭରମାନେ ତାଲିମରେ ଭାଗ ନେଇଥିଲେ । ତାଲିମରେ ବିଶେଷ କରି କିଭଳି ଭାବେ ପମ୍ପ ପରିଚାଳନା କରାଯିବ ଓ ଜନସାଧାରଣ ପିଇବା ପାଣି ଠିକ ଭାବରେ ପାଇପାରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିଭଳି ବ୍ଲକରେ କିଭଳି ଭାବରେ ମନରେଗା ଯୋଜନାର ସଫଳ ରୂପାୟନ ହୋଇପାରିବ ସେ ନେଇ ତାଲିମଦାତାମାନେ ତାଲିମ ପ୍ରଦାନ କରିଥିଲେ ।

Leave A Reply

Your email address will not be published.