ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ ଉଦଯାପିତ

  • ଶୀର୍ଷରେ ରହିଲେ ଓଡ଼ିଶା, ମଧ୍ୟପ୍ରଦେଶ ଏବଂ କେରଳ

ନୂଆଦିଲ୍ଲୀ, (ପିଆଇବି) : ଜାମ୍ମୁକାଶ୍ମୀର ଶ୍ରୀନଗରସ୍ଥିତ ଡାଲ୍ ହ୍ରଦରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ ମଧ୍ୟପ୍ରଦେଶ, ଓଡ଼ିଶା ଏବଂ କେରଳ ଶ୍ରେଷ୍ଠ ତିନୋଟି ରାଜ୍ୟ ଭାବରେ ଉଭା ହୋଇଛନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଜାମ୍ମୁ ଓ କାଶ୍ମୀର କ୍ରୀଡ଼ା ପରିଷଦର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ଜାତୀୟ ସ୍ତରର ପ୍ରତିଯୋଗିତା ଦେଶର ଜଳ କ୍ରୀଡ଼ା କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି । ଏଥିରେ ଭାଗ ନେଇଥିବା ଖେଳାଳୀ ଓ ପ୍ରଶିକ୍ଷକମାନେ ଆଗାମୀ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ୨୦୨୮ ପାଇଁ ଯଥେଷ୍ଟ ଅଭିଜ୍ଞତା ହାସଲ କରିଥିବା କହିଛନ୍ତି । ପ୍ରତିଯୋଗିତାରେ ଖେଳାଳୀମାନେ ମୋଟ୍ ୨୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଥିମଧ୍ୟରୁ ୧୦ଟି ସ୍ୱର୍ଣ୍ଣ କେବଳ ରୋଇଂ ଖେଳରୁ ମିଳିଛି । ପ୍ରତିଯୋଗିତାରେ କାୟାକିଙ୍ଗ, କୋଚିଂ, ରୋଇଂ ଆଦି ବର୍ଗରେ ମୁକାବିଲା ହୋଇଥିଲା । ଭୋପାଳ ଏବଂ କେରଳର ଆଲାପୁଝା ସ୍ଥିତ ଜଳ କ୍ରୀଡ଼ା କେନ୍ଦ୍ରରେ ତାଲିମ ନେଇଥିବା ଖେଳାଳୀମାନେ ଏଠାରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ଓଡ଼ିଶାର ଜଗତପୁରସ୍ଥିତ ସାଇ କେନ୍ଦ୍ରରେ ତାଲିମ ନେଉଥିବା ରସ୍ମିତା ସାହୁ, ବିଦ୍ୟା ଦେବୀ ଓଇନମ୍ ଏବଂ ଶ୍ରୁତି ତାନାଜୀ ଚୌଗୁଲେଙ୍କ ପରି ପ୍ରତିଭାବାନ ଖେଳାଳୀ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସାରା ଭାରତରେ ପାଞ୍ଚଟି ସାଇ କେନ୍ଦ୍ରରେ ତାଲିମ ନେଉଥିବା କାୟାକର ଏବଂ କାନୋଇଷ୍ଟଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ୪୭ ଜଣ ସାଇ ଆଥଲେଟ୍ ପାଞ୍ଚଟି ସ୍ୱର୍ଣ୍ଣ, ସାତଟି ରୌପ୍ୟ ଏବଂ ତିନୋଟି କାଂସ୍ୟ ପଦକ ଜିତିଥିଲେ । ଏହି ପ୍ରତିଯୋଗିତାରେ ଜଗତପୁର ସାଇ କେନ୍ଦ୍ରର ୧୫ଜଣ ଖେଳାଳୀ ଭାଗ ନେଇ ତିନୋଟି ସ୍ୱର୍ଣ୍ଣ ଏବଂ ପାଞ୍ଚଟି ରୌପ୍ୟ ସହିତ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ । ନୂଆ କ୍ରୀଡ଼ା ନୀତି ଅଧୀନରେ ଖେଳାଳୀମାନଙ୍କୁ ସୁଧାର ପାଇଁ ସୁଯୋଗ ଦେବା ଲାଗି ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ ଯୁଗାନ୍ତକାରୀ ହେବ । ଏହା ଟାର୍ଗେଟ୍ ଅଲିମ୍ପିକ୍ସ ପୋଡିୟମ(ଟପ୍ସ) ଏବଂ ଟାର୍ଗେଟ ଏସୀୟ ଗେମ୍ସଗ୍ରୁପ (ଟିଏଜିଜି) ଯୋଜନା ମାଧ୍ୟମରେ ସରକାରଙ୍କ ସମର୍ଥନକୁ ଆଉ ପାଦେ ଆଗେଇ ନେଇଛି । ଏହି ପ୍ରତିଯୋଗିତାରୁ ମିଳିଥିବା ଅନୁଭୂତି ଆସନ୍ତା ବର୍ଷ ଜାପାନରେ ହେବାକୁ ଥିବା ଏସୀୟ ଗେମ୍ସରେ ବିଶେଷ ସହାୟକ ହୋଇପାରିବ । କେବଳ କାୟାକିଂ ଏବଂ କାନୋଇଂରେ ଅଲିମ୍ପିକ୍ସ ଏବଂ ଏସୀୟ କ୍ରୀଡାରେ ୩୦ରୁ ଅଧିକ ସ୍ୱର୍ଣ୍ଣ ପଦକ ଜିତିବାର ସୁଯୋଗ ରହିଛି । ଭାରତ ନିଶ୍ଚିତ ଭାବରେ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତିବା ବିଷୟରେ ଚିନ୍ତା କରିପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଓଡ଼ିଶା ଏବଂ କେରଳରେ ସାଇ ଜାତୀୟ ଉତ୍କର୍ଷ କେନ୍ଦ୍ର ସହିତ ଜଡିତ ପ୍ରଶିକ୍ଷକମାନେ ଏହି ପ୍ରତିଯୋଗିତାକୁ ନେଇ ଉତ୍ସାହ ପ୍ରକାଶ କରିଛନ୍ତି । ଜଗତପୁରର ପ୍ରଶିକ୍ଷକ ଲାଇଶରମ ଜନସନ ସିଂହ କହିଛନ୍ତି ଯେ ଓଡ଼ିଶାର ପ୍ରଦର୍ଶନ ଭାରତର ଜଳକ୍ରୀଡା ପରିଦୃଶ୍ୟରେ ପରିବର୍ତ୍ତନର ସଙ୍କେତ ଦେଉଛି । ଏହା ଓଡ଼ିଶାର ପାଇଁ କେବଳ ଆରମ୍ଭ । ପ୍ରତିଭା ପୁଲ ଗଭୀର ଏବଂ ଅଧିକ ନିବେଶ ଓ ସମର୍ଥନ ସହିତ ଆମେ ଶୀଘ୍ର ନେତୃତ୍ୱ ନେବୁ ।

jittmm
Leave A Reply

Your email address will not be published.