କରାଟେ ଓ ଟାଇକଣ୍ଡୋ ସଂଘର ସମର କ୍ୟାମ୍ପ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କରାଟେ ଓ ଟାଇକଣ୍ଡୋ ସଂଘର ମିଳିତ ଉଦ୍ୟମରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ମାସ ଧରି ଚାଲିଥିବା ସମର କ୍ୟାମ୍ପ ଆଜି ଉଦ୍‌ଯାପିତ ହୋଇଯାଇଛି । କରାଟେ ତଥା ଟାଇକଣ୍ଡୋ କୋଚ ଅସୀମ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ, ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ, ଫରେଷ୍ଟ ରେଞ୍ଜ ଅଫିସର ନବୀନ ପଣ୍ଡା, ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ସ୍କୁଲ ଓ କଲେଜମାନଙ୍କରେ ସରକାରଙ୍କ ତରଫରୁ ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ନିମ୍ନ ମାନର ହୋଇଥିବାରୁ ଏହାର ଉଚିତ ପ୍ରଶିକ୍ଷଣ ପାଇଁ ଉପଯୁକ୍ତ ଟ୍ରେନରର ବ୍ୟବସ୍ଥା କରାଯାଉ ବୋଲି ଅସୀମ ଭୋଇ ମୁଖ୍ୟ ଅତିଥି ତଥା ଜିଲ୍ଲା ପ୍ରଶାସନଠାରେ ଅନୁରୋଧ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପ୍ରକୃତିମିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ସମ୍ମାନୀତ ଅତିଥି ଶ୍ରୀ ବାଗ ଓ ଶ୍ରୀ ପଣ୍ଡା ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ବଲାଙ୍ଗିରରେ ଦିର୍ଘ ବର୍ଷ ଧରି ଏହି କରାଟେ ଓ ଟାଇକଣ୍ଡୋ ସଂଘ ଝିଅମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଦାନ କରି ଆସୁଥିବା ଶ୍ରୀ ବାଗ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଶେଷରେ ଅତିଥି ଗଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.