centurian jitm

ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରଠାରେ ଶିଶୁମାନଙ୍କ ଶୈକ୍ଷିକ ବିକାଶ ଦିଗରେ ଅଗ୍ରଗତି ପାଇଁ ପଦ୍ମପୁର ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ଉଦ୍‌ଯାପିତ ହୋଇଯାଇଛି । ଦ୍ଵିତୀୟ ଦିନ ବନ୍ଦନା କାର୍ଯ୍ୟକ୍ରମରେ ଭାସ୍କର ଦାଶ, ସମାଜ ସେବୀ ସୁରେଶ ରାମଚନ୍ଦାନୀ ପ୍ରମୁଖ ଯୋଗଦାନ କରିଥିଲେ । ସନ୍ଧ୍ୟାରେ ବିଶ୍ୱହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ସମ୍ପାଦକ ଭକ୍ତଚରଣ ସାହୁ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥଲେ । ପୂର୍ବ ଛାତ୍ରୀ ପଦ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତର ଡଃ ଖ୍ୟାତି ସମ୍ଭବା ମହାପାତ୍ର ମଞ୍ଚାସୀନ ଥିଲେ । ପ୍ରବଚକ ଉଦ୍ଧବ ଚରଣ ତ୍ରିପାଠୀ ଯୋଗ ଦେଇ ଗୀତା ସାର ଉପରେ ପ୍ରବଚନ ଦେଇଥିଲେ । ସମାଜସେବୀ ପ୍ରଦୀପ କୁମାର ପଟ୍ଟନାୟକ ଯୋଗ ଦେଇ ଉପସ୍ଥିତ ସମସ୍ତ ଗୁରୁଜୀ, ଗୁରୁମା, ମାନଙ୍କୁ ଗୀତା ପୁସ୍ତକ ପ୍ରଦାନ କରିଥିଲେ । ଆଜିର ବନ୍ଦନା କାଳାଂଶରେ ବାର ଏସୋସିଏସନ ସମ୍ପାଦକ ଚିନ୍ମୟ ପଣ୍ଡା ଓ ପୂର୍ବ ଛାତ୍ର ପରିଷଦର ସଦସ୍ୟ, ସୁନୀଲ କୁ ଅଗ୍ରୱାଲ ଯୋଗଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଗୁରୁମାମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତ, ଓଡ଼ିଶାଙ୍କ ଯୁଗ୍ମ ସମ୍ପାଦକ ଖଗେଶ୍ୱର ଦାଶ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଯୁଗାନୁକୂଳ ବିଦ୍ୟାଳୟ ଭୌତିକ ସଂଶୋଧନ ଓ ପ୍ରବନ୍ଧନ ପ୍ରକିୟା ଉପରେ ଆଲୋକପାତ କରି କାର୍ଯ୍ୟକ୍ରମର ଉଦଯାପନ ଘୋଷଣା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟଶାଳାର ବୃତ୍ତ କଥନ କରିଥିଲେ । ବରଗଡ଼ ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି କାର୍ଯ୍ୟଶାଳାର ଉଦ୍ଦେଶ୍ୟ କଥନ କରିଥିଲେ । ସଭାପତି ପୃଥିରାଜ ସାହୁ ଓ ସଂକୁଳ ପ୍ରମୁଖ ଡଃ ଦ୍ଵାଦଶ କୁମାର ପ୍ରଧାନ ମାର୍ଗ ଦର୍ଶନ କରିଥିବା ବେଳେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟଶାଳାରେ ସଂକୁଳରୁ ୯ଟି. ଶିଶୁ ମନ୍ଦିରରୁ ୧୭୧ ଜଣ ଗୁରୁଜୀ ଗୁରୁମା ବିଭିନ୍ନ ୧୬ଟି କାଳାଂଶରେ ପ୍ରଶିକ୍ଷଣ ନେଇ ନିଜ ନିଜ ବିଦ୍ୟାଳୟରେ ନୂତନ ଜ୍ଞାନ ପ୍ରୟୋଗ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.