centurian jitm

୧ମ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

nschool

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ୧ମ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଶେଷ ଦିନର ୧ମ ସେମିଫାଇନାଲ ମ୍ୟାଚ୍‌ରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ମା’ ତାରିଣୀ କ୍ଲବକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଦଳ ପକ୍ଷରୁ ମଧୁ ସୋରେନ ଓ ଗୌମ୍ୟା ସମାଦ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ୨ୟ ସେମିରେ କିଷାନ ବ୍ରାଦର୍ସ ସ୍ପୋର୍ଟସ ହଷ୍ଟେଲକୁ ୧-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ହାତୁ ମାରାଣ୍ଡି ଉକ୍ତ ଗୋଲଟି ସ୍କୋର କରିଥିଲେ । ଫାଇନାଲ ମ୍ୟାଚ୍‌ରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ କିଷାନ ବ୍ରଦର୍ସ ଫୁଟବଲ କ୍ଲବକୁ ୨-୦ ଗୋଲରେ ପରାସ୍ତ କରି ଚାମ୍ପିୟାନ ହୋଇଛି । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଗୋଲ କରିଥିବା ମୁନା ସିଂ ଓ ମଧୁ ସୋରେନଙ୍କୁ ମହାରାଜାଙ୍କ ତରଫରୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଆର୍‌.କେ. ଫାଉଣ୍ଡେସନ ତରଫରୁ ଶ୍ରେଷ୍ଠ ଗୋଲକିପର ଭାବେ ନାରାୟଣ ମୁଣ୍ଡା, ଶ୍ରେଷ୍ଠ ଖେଳାଳି ଭାବେ ମଧୁ ସୋରେନ, ୧ମ ସେମିଫାଇନାଲର ଗୋମିୟା ଟୁଡୁ, ୨ୟ ସେମିର ହାତୁ ମାରାଣ୍ଡି ଓ ଫାଇନାଲର ମାନଚିତ୍ର ମାରାଣ୍ଡିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ନଗଦ ୨ ହଜାର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଚମ୍ପିୟାନ ଦଳକୁ ୫୦ ହଜାର ଟଙ୍କା ଓ ଟ୍ରଫି ଏବଂ ୧ମ ଓ ୨ୟ ସେମିରେ ପରାସ୍ତ ହୋଇଥିବା ଦୁଇ ଦଳକୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିଥି ଭାବେ ଯୋଗ ଦେଇ ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦା, ପୂର୍ବତନ ମନ୍ତ୍ରୀ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲାପାଳ ହେମକାନ୍ତ ସୟ ଓ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଜୀବନ ସାହୁ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଅସିତ ବରଣ ପତି, ଉପ ସଭାପତି ପ୍ରଦୀପ କିଶୋର ମହାନ୍ତି, ଉପସଭାପତି ତଥା ସ୍ଥାନୀୟ କାଉନସିଲର ପ୍ରଶାନ୍ତ ବେହେରା, ସାଙ୍ଗଠନିକ ସମ୍ପାଦକ ଅମର କୁମାର ସେଠି, ସମ୍ପାଦକ ଅଶୋକ ମିସ୍ତ୍ରୀ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କାଉନସିଲର ସୁକେଶିନୀ ସେଠି, କୈଳାସ ବେହେରା, ବନବିହାରୀ ମତ୍ତଗଜ ତଥା ସ୍ୱର୍ଗତ ମିସ୍ତ୍ରୀଙ୍କ ପରିବାରର ମନୋଜ ମିସ୍ତ୍ରୀ, ଦିଲ୍ଲୀପ ମିସ୍ତ୍ରୀ, ପ୍ରଦୀପ ମିସ୍ତ୍ରୀ, ସନ୍ତୋଷିନୀ ମିସ୍ତ୍ରୀ, ମଞ୍ଜୁ ମିସ୍ତ୍ରୀ, ସଂଜୁ ମିସ୍ତ୍ରୀ, ରାଜୀବ ମିସ୍ତ୍ରୀ ଓ ଶ୍ରବଣ ମିସ୍ତ୍ରୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । କୁମାର ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ମ୍ୟାଚ୍‌ରେ ମୟା ସାମାୟ ଟୁଡୁ, ସମ୍ରାଟ ହେମ୍ବ୍ରମ, ଗୋବିନ୍ଦ ହାଁସଦା, ସୁନାରାମ ଟୁଡୁ ଓ ରତ୍ନାକର ସୋରେନ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.