centurian jitm

ଚୋରମରା ବେଥେଲ ଇଂଲିଶ ସ୍କୁଲରେ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତ ଅଧିନରେ ଥିବା ଚୋରମରା ସ୍ଥିତ ବେଥେଲ ଇଂରାଜୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେଓଗାଁ ଏବିଇଓ ଅଜିତ ମିଶ୍ର, ଜଗଦୀଶ ପଧାନ, କରୁଆଁଝର ହାଇସ୍କୁର ପୂର୍ବ ପ୍ରଧାନ ଶିକ୍ଷକ ଲୋକେଶ୍ୱର ପଧାନ, ସାରସମାଲ ସରପଞ୍ଚ ଗୋପାଳ ବାଗ, ଶାନ୍ତନୁ ପଧାନ, ଭକ୍ତ ଚରଣ ଦାସ, ସରୋଜ ଭୋଇ, ନେଥିନିଏଲ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲ ସମ୍ପାଦକ ସୁଦାମ ନାଗ ସଭା ପରିଚାଳନା କରିଥିବା ବେଳେ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ । ସ୍କୁଲର ଶ୍ରେଷ୍ଠ ଛାତ୍ରୀ ଭାବେ ସ୍ଵାତୀ ରାଣୀ ସାହୁ, ଶ୍ରେଷ୍ଠ ଅବିଭାବକ ଭାବେ ରାଜୀବ ଲୋଚନ ପଧାନ, ମୀରାବାଇ ବିଶ୍ଵାଳ, ତ୍ରିଗର୍ତ୍ତ ନନ୍ଦ ଓ କାନ୍ତି ନନ୍ଦଙ୍କୁ ସମ୍ବୋଧିତ କରାଯାଇଥିଲା । ଶ୍ରେଷ୍ଠ ସେନାକାର୍ଯ୍ୟ ପାଇଁ ଘାସିରାମ ମିଶ୍ରଙ୍କୁ ସମ୍ବୋଧିତ କରାଯାଇଥିଲା । ଛାତ୍ର, ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସ୍କୁଲର ପ୍ରତିଷ୍ଠାତା ଦିଲୀପ ସୁନା ଓ ସ୍କୁଲ ଅଧ୍ୟକ୍ଷ ମନୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲ କର୍ମକର୍ତ୍ତା ରୁକ୍ମଣୀ ସୁନା, ପ୍ରତିମା ଦଣ୍ଡସେନା, ବୈଶାଖୀ ସାହୁ, ମିନତୀ ମିଶ୍ର, ରାନିମା କରନ, ରୁକ୍ମଣୀ ଚନ୍ଦନ, ରଜ କିଶୋର ଭୋଇ, ବାସନ୍ତୀ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.