oom

ଗୁଡିଘାଟ ଗ୍ରାମରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ : ଯୋଗଦେଲେ ବହୁ ବିଶିଷ୍ଟ ସଙ୍କୀର୍ତ୍ତନ୍ୟ ଦଳ

jsmm
  • ଦେଖିବାକୁ ଅସମ୍ଭାଳ ଭିଡ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ସଦର ମହକୁମାଠାରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ରବିବାର ପୂର୍ବାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଗୁରୁବାର ଅଧିବାସ ଦିନ ଗୁଡିଘାଟ ଖଜୁରୀବନ୍ଧରୁ ୧୦୮ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ନାମ ପରିବେଷଣ ହୋଇଥିଲା । ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ ଟିକେମନ ମାଝୀ ଓ ତାଙ୍କ ଧର୍ମପତ୍ନୀ ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ପୂଜକ ରୂପେ ପ୍ରଦ୍ୟୁମ୍ନ କୁମାର ଖମାରୀ, ଜପକ ପ୍ରସନ୍ନ କୁମାର ଖମାରୀ, ଷଢ଼ବୈଷ୍ଣବ ବବୃବାହାନ ଦରୁୱାନ୍, ଶୁକ୍ରୁ ପୁଟେଲ, ଶଙ୍କର ସାହୁ, କାଳିଆ ସାହୁ, ଭୁଲେ ସାହୁ, ନୀଳକଣ୍ଠ ବାଗ ଓ ସିଦ୍ଧୁ ପୁଟେଲ ଦାୟିତ୍ଵ ନିର୍ବାହ କରିଥିଲେ । ଷୋହଳ ପ୍ରହରୀ ନାମଯଜ୍ଞରେ ଆୟୋଜକ ଗୁଡିଘାଟର ଦଧିବାମନ ଓ ଫଲସାପଡା ଉଭୟ ସଂକୀର୍ତ୍ତନ୍ୟ ଦଳ, ତେଣ୍ଡିପାଲି ମହିଳା ଦଳ, ପ୍ରେମ ସଂକୀର୍ତ୍ତନ୍ୟ ଦଳ ଯୁଯୁମରା, ପତିତପାବନ ସଂକୀର୍ତ୍ତନ୍ୟ ଦଳ ସତିଘାଟ, ଗୋପାଳଦଳ ସଙ୍କୀର୍ତ୍ତନ୍ୟ ଦଳ କୁଲିଗାଁ, ଦେସେଇମୁଣ୍ଡା ମହିଳା ଦଳ, ମହେନ୍ଦ୍ରପୁର ଦଳ, ନଦିଆ ସଂକୀର୍ତ୍ତନ୍ୟ ଦଳ ଛନ୍ଦିବାହାଲ, ଚକାଡୋଳା ସଂକୀର୍ତ୍ତନ୍ୟ ଦଳ ଲିମସୋର, ରାମଜୀ ସଂକୀର୍ତ୍ତନ୍ୟ ଦଳ ଟୁର୍ଚି, ଓଁକାର ସଂକୀର୍ତ୍ତନ୍ୟ ଦଳ ଟିକପାଳି, ପାଣ୍ଡେସରା ସଂକୀର୍ତ୍ତନ୍ୟ ଦଳ, ବାଲସି ମହିଳା ସଂକୀର୍ତ୍ତନ୍ୟ ଦଳ ଭଳି ବିଶିଷ୍ଟ ଦଳଗୁଡ଼ିକ ଯୋଗଦେଇ ନାମ ପରିବେଷଣ କରିଥିଲେ । ଏହି ନାମଯଜ୍ଞରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବରିଷ୍ଠ ବିଜେଡି ନେତା ଗିରିରାଜ୍ ସିଂ ମାଝୀ, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶି, ଗୁଡିଘାଟ ସରପଞ୍ଚ ପ୍ରତିନିଧି ଗିରିଧାରୀ ମହାନନ୍ଦ, ଇଛାପଡା ସରପଞ୍ଚ ପ୍ରତିନିଧି ଚିନ୍ତାମଣି ବେହେରା, ପତ୍ରାପାଲି(କ) ସମିତି ସଭ୍ୟ ସନ୍ୟାସୀ ପୁଟେଲଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ । ଆୟୋଜକ ଷୋହଳ ପ୍ରହରୀ ନାମଯଜ୍ଞ କମିଟିର ବ୍ୟାସଦେବ ସା, ମକୁନ୍ଦ ବଗର୍ତ୍ତୀ, ରୁକଦେବ ପାଣ୍ଡେ, ରାସବିହାରୀ ନାୟକ, ନରେନ୍ଦ୍ର ସିଂ ମାଝୀ, କର୍ଣ୍ଣ ବେହେରା, ଅନ୍ତ ନାୟକ, ମଗଶିର ସାହୁ, ଶତ୍ରୁଘ୍ନ ସେଟ, ଛବି ପାଣ୍ଡେ, ସୁଶାନ୍ତ ସାହୁ, ସଦାଶିବ ବାଗ, ହିରାଲାଲ ରଣା, ସୌରଭ ସିଂ ମାଝୀ, ଚନ୍ଦନ ପୁଟେଲ, ସାରଥି ସେଟ, ପଞ୍ଚାନନ ସେଟ, ସାନ ସାହୁଙ୍କ ସହ ସମସ୍ତ ଗୁଡିଘାଟ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବିଶିଷ୍ଟ ସଙ୍କୀର୍ତ୍ତନ୍ୟ ଦଳଗୁଡ଼ିକର ହରେକୃଷ୍ଣ ହରେରାମ ନାମ ପରିବେଷଣ ଦେଖିବା ପାଇଁ ବହୁ ଦୂର ଦୁରାନ୍ତରରୁ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.