oom

ଅଭିରାମ ପରମହଂସ ଦେବଙ୍କ ଆଶ୍ରମର ଅଷ୍ଟମ ବାର୍ଷିକ ଉତ୍ସବ ଉଦ୍‌ଯାପିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଡ଼ରାମପଲ୍ଲୀରେ ପ୍ରତିଷ୍ଠିତ ଆଶ୍ରମର ଅଷ୍ଟମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ପ୍ରତିଷ୍ଠାକେନ୍ଦ୍ର କରମଳା ଶାନ୍ତି ଆନନ୍ଦାଶ୍ରମର ପରମପୂଜ୍ୟ ଆଚାର୍ଯ୍ୟ ଦେବଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ସାଧୁସନ୍ଥ ମାନଙ୍କ ଦ୍ଵାରା ସତ୍ୟ ସନାତନ ଧର୍ମ ସମ୍ମିଳନୀ, ଚାରି ପ୍ରହର ନାମଯଜ୍ଞ, ହରି କଥାମୃତ ଏବଂ ଅନ୍ନଯଜ୍ଞ ମାଧ୍ୟମରେ ଏହି ଆଧ୍ୟାତ୍ମିକ ସାମାବେଶ ଯଥା ରୀତିରେ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ବହୁ ସାଧୁସନ୍ଥ ଗଣଙ୍କ ଦ୍ଵାରା ପ୍ରବଚନ ଓ ଆଶ୍ରିବଚନ ପ୍ରଦତ୍ତ ହୋଇ ଅଗଣିତ ଭକ୍ତ ଗୋଷ୍ଠୀ, ଶ୍ରଦ୍ଧାଳୁଙ୍କ ଯୋଗଦାନ କରି ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ବିଭୂକୃପା ଲାଭ କରି ଅତ୍ୟନ୍ତ ନିଆରା ଆନନ୍ଦ ଅନୁଭବ କରିଛନ୍ତି । ଏହି ପବିତ୍ର ଭଗବତ କାର୍ଯ୍ୟକ୍ରମରେ ବାବାଜୀ ସଦାନନ୍ଦ ଦାସ, ବାବାଜୀ ବିଜୟାନନ୍ଦ ଦାସ, ବାବାଜୀ ରସାନନ ଦାସ ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ଜାଗରଣ ସ୍ୱରୂପ ଅନେକ ଦିଗଦର୍ଶନ ଓ ବାଣୀ ଶୁଣାଇଥିଲେ । ଦୁଇଦିନିଆ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରଥମ ଦିବସରେ ଅଧିବାସ ଆରମ୍ଭ କଳସ ଯାତ୍ରା, ରବିବାର ଭଜନ ସମାରୋହ, ପ୍ରବଚନ ହୋଇଥିବା ସାଂଙ୍ଗକୁ ଶହଶ୍ରାଧିକ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥାର ଆୟୋଜନ ହୋଇଥିଲା । ଏହି ସମସ୍ତ ବ୍ୟାପକ କାର୍ଯ୍ୟକ୍ରମରେ ବଡ଼ରାମପଲ୍ଲୀର ଭକ୍ତ ଗୋଷ୍ଠୀଙ୍କ ଆକୁଣ୍ଠିତ ତଥା ସକ୍ରୀୟ ସହଯୋଗରେ ଏହି ଭଗବତ କାର୍ଯ୍ୟକ୍ରମ ସମାହିତ ହୋଇଅଛି

jittmm
Leave A Reply

Your email address will not be published.