centurian jitm

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆନ୍ତଃ ବିଶ୍ଵବିଦ୍ୟାଳୟସ୍ତରୀୟ ସାହିତ୍ୟ ସାଂସ୍କୃତିକ ପ୍ରତିଯୋଗିତା ଉଦ୍‌ଯାପିତ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସମାହିତ ହୋଇଆସୁଥିବା ୬ ଦିନିଆ ବିଶ୍ଵବିଦ୍ୟାଳୟସ୍ତରୀୟ ସାହିତ୍ୟକ,ସାଂସ୍କୃତିକ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତ୍ୟକ,ସାଂସ୍କୃତିକ ପ୍ରତିଯୋଗିତା ଓଡିଶା ସରକାରଙ୍କ ପ୍ରଚେଷ୍ଟାରେ ମାନ୍ୟବର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ଅତି ଉତ୍ତମ ପରିଚାଳନା ସହ ଅୟୋଜନ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଓଝଋଜ ମୁଖ୍ୟ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି , ବରେଣ୍ୟ ଅତିଥି ଭାବରେ , କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ପୂର୍ବତନ କୁଳପତି ତଥା ୟୁନିଭରସିଟି ଗ୍ରାଣ୍ଡ ମେମ୍ୱର ପ୍ରଫେସର ସଚ୍ଚିଦାନନ୍ଦ ମାହାନ୍ତି, ସଭାପତି ଭକ୍ଷବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ମଞ୍ଚାସିନ ଥିଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ଓ ସ୍ଵାଗତ ଅଭିଭାଷାଣ ପ୍ରଦାନ କରିଥିଲେ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସଂପାଦକୀୟ ପଠନ କରିଥିଲେ (ସାହିତ୍ୟକ ପ୍ରତୀଯୋଗିତା) ଡକ୍ଟର ସମୀର ଭୋଇ , ସଂପାଦକୀୟ ପଠନ କରିଥିଲେ (ସାଂସ୍କୃତିକୁ ପ୍ରତିଯୋଗିତା) ଡକ୍ଟର ସରିତା ଦାସ ନିଜର ବିବରଣୀ ଉପସ୍ଥାପନା କରିଥିଲେ , ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଦ୍ୱାରା ପ୍ରସ୍ତୁତ ଦୈନିକ ପତ୍ରିକା ଓଆଇୟୁସି ୨୦୨୫ ଉନ୍ମୋଚନ ହୋଇଥିଲା ପରବର୍ତୀ ସମୟର ବିଭିନ୍ନ ବିଭାଗରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଡ଼ଃ ସାରଦା ପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିବା, ନୋଡାଲ ଅଧିକାରୀ ଡକ୍ଟର ସଦାନନ୍ଦ ନାୟକ ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀ ମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ପରିଚାଳନା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସ୍ତରୀୟ ଏହି ପ୍ରତିଯୋଗିତାରେ ଆୟୋଜନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ଷୁଦ୍ର ନାଟକ, ଦଳଗତ ଲୋକନୃତ୍ୟ, ଆଧୁନିକ ନୃତ୍ୟ, ଓଡ଼ିଆ ବକୃତା, ରଚନା, ବାଦ୍ୟ ଯନ୍ତ୍ର ପରିବେଷଣରେ ଉଲ୍ଲେଖନୀୟ ପଦର୍ଶନ କରିଥିଲେ ସଫଳ ଆୟୋଜନ ଯୋଗୁଁ ଆୟୋଜକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଅନ୍ୟ ବିଶ୍ୱବିଦ୍ୟାଳୟ ପ୍ରତିନିଧି ଦଳ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.