ବନବାହାଲ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ବନବାହାଲ ଗ୍ରାମରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଆଜି ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ସୋମବାର ସ୍ଥାନୀୟ ସାଗରରୁ ମହିଳାମାନେ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ନାମାରମ୍ଭ ହୋଇଥିଲା । ଏଥିରେ କର୍ତ୍ତା ରୂପେ ନବଦ୍ଵୀପ ଧରୁଆ ଓ ତାଙ୍କ ଧର୍ମପତ୍ନୀ ହେମ ଧରୁଆ, ପୂଜକ ରୂପେ ଗୁଣନିଧି ପାଣିଗ୍ରାହୀ, ଜପକ କାହ୍ନା ପାଣିଗ୍ରାହୀ ଓ ଉମାଶଙ୍କର ତ୍ରିପାଠୀ ଦାୟିତ୍ୱରେ ଥିଲେ । ଏହି ଷୋହଳ ପ୍ରହରୀରେ ଆୟୋଜକ ବନବାହାଲ, ଯମୁନା, ପୁଡିସରା, ଡଙ୍ଗରପଡ଼ା(ମହିଳା), କର୍ଲାପିଟା, ରଜାମରା, ସୋଲବନ୍ଧ, ଜାମପଡ଼ା(ଖୁଜେନ), ତୁର୍ଚି, ମୁଦଘାଟ, ଦନ୍ଦରାବାହାଲ, ବ୍ରାହ୍ମଣୀ(ହରିଶଙ୍କର), ବୁରୋମୁଣ୍ଡା ଓ ମାଲପଡ଼ା(ମହିଳା)ଦଳ ହରେକୃଷ୍ଣ ହରେରାମ ନାମ ସଙ୍କୀର୍ତ୍ତନ୍ୟ ପରିବେଷଣ କରିଥିଲେ । ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବିଧାୟକଙ୍କ ବ୍ଲକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣାଙ୍କ ସହ ଅନ୍ୟ ବହୁ ଅତିଥି ଓ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ । ଆଜି ଗୁରୁବାର ପୂର୍ଣ୍ଣାହୁତି ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ବନବାହାଲ ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.