oom

କଲ୍ୟାଣପୁର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଚାଲିଥିବା ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ତୃପ୍ତିମୟୀ ପରିଡାଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ପିଇଟି ଆଦିତ୍ୟ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅଧ୍ୟକ୍ଷା ତୃପ୍ତିମୟୀ ପରିଡା, ଅଧ୍ୟାପକ ସମ୍ପଦ ପ୍ରଧାନ, ଅଜୟ ନାୟକ, ତୁହିନଆଂସୂ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସାହସର ସହିତ ବିଭିନ୍ନ ପ୍ରକାର ଜଟିଳ ପରିସ୍ଥିତିରେ କିଭଳି ମୁକାବିଲା କରିପାରିବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷଣ ନେଇ ନିଜର ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ପ୍ରୟାସ କରିବା ପାଇଁ କହିଥିଲେ । ମାଷ୍ଟର ଟ୍ରେନର୍ ଭାବେ ତପସ୍ୱିନୀ ମହାପାତ୍ର ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ । ଏଥିରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ସହଯୋଗ କରିଥିଲେ । ୮ ଦିନ ବ୍ୟାପି ଉକ୍ତ ଶିବିରରେ ସମୁଦାୟ ୧୦୦ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ ଏବଂ ସମସ୍ତଙ୍କୁ ପ୍ରଶଂସା ପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.