ରାବଣ ବଧ ସହ ଉଦ୍‌ଯାପିତ ହେଲା ଟାଲରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅର୍ନଗତ ଟାଲ ଗ୍ରାମ ଠାରେ ଦୀର୍ଘ ୬ ଦିନ ଧରି ଚାଲୁଥିବା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମୁଖ୍ୟପଣ୍ଡିତ ଅଚ୍ୟୁତାନନ୍ଦ ହୋତା, ଅମୃତଲାଲ ହୋତା, ବିଜୟ ହୋତା, ଦାଶରଥି ହୋତା, ଶଚିପତି ହୋତାଙ୍କ ପୂଜାପାଠରେ ମୁଖ୍ୟକର୍ତ୍ତା ଗାଁର ଗୌନ୍ତିଆ ବଳଦେବ ସାହୁ(ରାଜା)ଙ୍କ ସହ ପତ୍ନୀ ଚୁମକି ସାହୁ, ଜୟକୁମାର ସାହୁଙ୍କ ସହ ପତ୍ନୀ ପ୍ରେମଶିଳା ସାହୁ, କିଶୋର ପଧାନଙ୍କ ସହ ପତ୍ନୀ ପୂଣ୍ଣିମା ପଧାନ, ଅରବିନ୍ଦ ପଣ୍ଡାଙ୍କ ସହ ପତ୍ନୀ ଲିସ୍ପାମୟୀ ପଣ୍ଡା, କୁମୁଦ ଦାଶଙ୍କ ସହ ପତ୍ନୀ ସୁଜାତା ଦାଶ, ଉମେଶ ବଢେଇଙ୍କ ସହ ପତ୍ନୀ ଅନୁସୟା ବଢେଇ, କୀର୍ତ୍ତିବାସ ସ୍ୱାଇଁଙ୍କ ସହ ପତ୍ନୀ ଆରତୀ ସ୍ୱାଇଁ ପ୍ରମୁଖ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଶଙ୍ଖୁଆ ମଣ୍ଟୁ ମହାପାତ୍ର, ଦଶରଥ ପଧାନ ଓ ଭଣ୍ଡାରୀ ନାଭା ବାରିକ, ଛବିଳ ବାରିକ, ଉଜ୍ୱଳ ବାରିକ, ପ୍ରକାଶ ବାରିକ ଦାୟିତ୍ୱ ତୁଲାଇଥିଲେ । ଉଦ୍‌ଯାପନୀ ଦିନ ପଣ୍ଡିତ ମାନଙ୍କ ପୂଜାପାଠରେ ସୂର୍ଯ୍ୟପୂଜା, ପ୍ରାସାଦ, ଦେବାଳୟ, ସିଂହାସନ ପ୍ରତିଷ୍ଠା, ବ୍ରହ୍ମଶୀଳା ସ୍ଥାପନ, ଧ୍ୱଜ ଉତ୍ତୋଳନ, ଯୁପାରୋହଣ, ଚକ୍ରଧ୍ୱଜ କଳସ ସ୍ଥାପନ, ଭଗବାନଙ୍କ ମନ୍ଦିର ପ୍ରବେଶ, ଶାଳା ଉସ୍ୱର୍ଗ, ସର୍ଗଦ୍ୱାର ପୂଣ୍ଣାହୁତି ହୋଇଥିଲା । ମଧ୍ୟାହ୍ନ ସମୟରେ ପାରାୟଣ ଗାୟିକା ଜ୍ୟୋସ୍ନାମୟୀ ଦୀକ୍ଷିତ ପାରାୟଣ ଗାନ କରିଥିଲେ । ରାତ୍ରରେ ରାବଣ ଦରବାରରେ ଓଡିଶାର ତଥା ପଶ୍ଚିମ ଓଡିଶାର ପ୍ରସିଦ୍ଧ ସାଂସ୍କୃତିକ ଦଳ ମାଁ ଅମ୍ବିକା କଳାପରିଷଦ ଓ ମାଁ ସମଲେଶ୍ୱରୀ ଢୁଲିଆଖୁଷା କଳାପରିଷଦ ବରଗଡ ଯୋଗ ଦେଇଥିଲେ । ରାତ୍ରରେ ସମ୍ବଲପୁର ମାଟିର କଳାକାର ଉମା ଆର୍କ୍ରେଷ୍ଟା ଦେଖିବାକୁ ମିଳିଥିଲା । ନିଷ୍ଠା ପରିବାର ବରଗଡ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମେଲଛାମୁଣ୍ଡା ଥାନାଧିକାରୀ ସୁବାଷ ଚନ୍ଦ୍ର ରାଜଗୁରୁ ଓ ପୂଜା କମିଟିର ସଦସ୍ୟ ପ୍ରଦୀପ ସାହୁ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ରକ୍ତ ଭଣ୍ଡାରର ସମସ୍ତ କର୍ମକତ୍ତାମାନେ ଯୋଗ ଦେଇଥିଲେ ଏବଂ ୩୬ ପଏଣ୍ଟ ରକ୍ତ ସଂଗ୍ରହ କରିଥିଲେ । ରାବଣ ଦରବାରର ଉଦ୍‌ଯାପନୀ ଉତ୍ସବରେ ଉପଦେଷ୍ଟା କମିଟିର ସଦସ୍ୟ ଚନ୍ଦ୍ରମଣି ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ଗାଇସିଲଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣିମା ରଣା, ପୂର୍ବତନ ସରପଞ୍ଚ ସିଦ୍ଧାର୍ଥ ମିଶ୍ର, ସହଦେବ ବିଶ୍ୱାଲ, ପୂଜା କମିଟିର ସଭାପତି ମାରୁତି ମୋହନ ମିଶ୍ର ଓ ସଂପାଦକ ଧିରେନ ବିଶ୍ୱାଲ ମଞ୍ଚରେ ଯୋଗ ଦେଇଥିଲେ । ରାବଣ ଦରବାରରେ ଉପଦେଷ୍ଟା କମିଟିର ସଦସ୍ୟ ଚନ୍ଦ୍ରମଣି ସାହୁ, ନିଷ୍ଠା ପରିବାର ବରଗଡ, ପୂଜା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ପୂଜା କମିଟି ତରଫରୁ ସମ୍ମାନିତ କରାଯାଇଥିଲା । ଶେଷରେ ପୂଜା କମିଟିର ଉପସଂପାଦକ ରାଜେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ । ରାବଣ ଭୂମିକାରେ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନ ପଧାନ ରାବଣ ଭୂମିକାରେ ଅଭିନୟ କରିଥିବାରୁ ଗ୍ରାମ ତରଫରୁ ତାଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଗ୍ରାମର ସମସ୍ତ ଯୁବ ସମାଜ, ଗ୍ରାମବାସୀ, ପୂଜା କମିଟି ସଦସ୍ୟ, ଉପଦେଷ୍ଟା କମିଟି, ଗ୍ରାମ୍ୟ କମିଟି ସହଯୋଗ କରିଥିଲେ ।

Leave A Reply

Your email address will not be published.