centurian jitm

୨୮ତମ ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା -୨୪ ଉଦ୍‌ଯାପିତ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ୍ରିା) : ଡେଲାଙ୍ଗ ମଣ୍ଡଳ ବିଜ୍ଞାନ ପରିଷଦ ଆନୁକୂଲ୍ୟରେ ଅଷ୍ଟବିଂଶତମ ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଡେଲାଙ୍ଗ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରିଛାତ୍ର ପକ୍ଷରୁ ମୋଟ୍‌ ୨୪୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥଲା । ୭ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉଦ୍‌ଘାଟନୀ ସଭାରେ ମଣ୍ଡଳ ଶିକ୍ଷାଧିକାରୀ ବିନୋଦ ପ୍ରମାଣିକ ଅଧ୍ୟକ୍ଷତା କରିଥିଲେ । ସନ୍ତୋଷ କୁମାର ପରିଡା, ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପୁରୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେବା ସହ ତୃଣମୂଳ ସ୍ତରରେ ଥିବା କୁନି ପ୍ରତିଭାଙ୍କୁ ବିକଶିତ କରିବାର ଏହା ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ହେମନ୍ତ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର, ପ୍ରାକ୍ତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ, ଯୁଧିଷ୍ଠିର ପରିଡା ଶିକ୍ଷାବିତ ସତ୍ୟବାଦୀ ଦାଶ, ଅତିରିକ୍ତ ମଣ୍ଡଳ ଶିକ୍ଷା ଧିକାରୀ ସୁଷମା ଦାଶ, ସଂଯୁକ୍ତା କୁମାରୀ ମିଶ୍ର, ଲକ୍ଷ୍ମଣ ପ୍ରଧାନ, ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ, ମଣ୍ଡଳ ବିଜ୍ଞାନ ସମ୍ପାଦକ ଉମେଶ ଚନ୍ଦ୍ର ଦାଶ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଜୟ କେତନ ଦାସ ଓ ଉପାଧ୍ୟାକ୍ଷା ମମତା ରାଣୀ ଦାଶ ଉପସ୍ଥିତ ହୋଇ ବକ୍ତବ୍ୟ ରଖିଥିଲେ । ପବିତ୍ର ମୋହନ ଜେନା ଅତିଥି ପରିଚୟ ପ୍ରଦାନ ଓ ସଂଯୋଜନା କରିଥିବା ବେଳେ ବିଜ୍ଞାନ ପରିଷଦ ସମ୍ପାଦକ ଉମେଶ ଚନ୍ଦ୍ର ଦାଶ ବାର୍ଷିକ ବିବରଣୀ ପଠନ କରିଥିଲେ । ଅପରାହ୍ନରେ ଆୟୋଜିତ ଉଦ୍‌ଯାପନୀ ସଭାରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରିଛାତ୍ରଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବା ସହ ମହତାବ ଉଚ୍ଚ ବିଦ୍ୟାଳୟର ଉନ୍ନତି କରଣ ପାଇଁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ମୁଖ୍ୟବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହ, ବ୍ଲକ ଉପାଧ୍ୟାକ୍ଷା ଦୁର୍ବାଷା ନିଶ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ । ଶେଷରେ ଗୋପାଳ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଅଭିଜିତ ପରିଡାଙ୍କୁ ଛାତ୍ର ଗୌରବ ସମ୍ମାନ, ସୀତାକାନ୍ତ ରାଉତରାୟ କ୍ରୀଡା ଶିକ୍ଷକ ଗୌରବ ସମ୍ମାନ, ଶତ୍ରୁଘ୍ନ ଜେନାଙ୍କୁ ବିଜ୍ଞାନ ଶିକ୍ଷକ ଗୌରବ ସମ୍ମାନ, ପ୍ରଣତି ମଞ୍ଜରୀ ମିଶ୍ର ଓ ସୂର୍ଯ୍ୟକାନ୍ତ ନାୟକଙ୍କୁ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏ ଥିରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ସିଆର୍‌ସିସି, ଶିକ୍ଷୟତ୍ରି ଓ ଶିକ୍ଷକମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.