ପ୍ରୟୋଗ ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର / ଏସ୍‌. ରାମପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ୍‌. ରାମପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ପ୍ରୟୋଗ ତାଲିମ ଉଦ୍‌ଯାପିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ରାମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ବରିଷ୍ଠ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ତାଲିମ କାର୍ଯ୍ୟକ୍ରମ ପରିଦର୍ଶନରେ ଆସି ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦକ୍ଷତା ବଢ଼ାଇବାରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଭୂମିକା ବିଷୟରେ ପରାମର୍ଶ ଦେଇଥିଲେ । ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ତପସ୍ୱିନୀ ଦାଶ, ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହାରାଧନ ବେରିଆ, ଅନ୍ଧାରିବାଞ୍ଜି ସିଆର୍‌ସିସି ଚିତ୍ତରଞ୍ଜନ ଠାକୁର ଓ ଗଜବନ୍ଧ ସିଆର୍‌ସିସି ନରେନ୍ଦ୍ର ପୁରୋହିତ ମୁଖ୍ୟ ଆଲୋଚକ ଭାବେ ଯୋଗଦାନ କରିଥିଲେ । ପଂଚାବନ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ଜିକେଏ କିଟ, ଏନ୍‌ସିଇଆର୍‌ଟି କିଟ, ପେଡ୍‌ଲେଟ୍‌ ଆପ, ବିଲଡିଂ ବ୍ଲକ ଆପ, ଯାଦୁଇ ପୀଟାରା ଆପ, ମୌଳିକ ସ୍ତରରେ ବିକାଶାତ୍ମକ ଲକ୍ଷ୍ୟ ଓ ଶିକ୍ଷଣ ଦକ୍ଷତା, ଭାଷା ଶିକ୍ଷଣର ସନ୍ତୁଳିତ ପନ୍ଥା, ପଠନ, ଲିଖନ, ବହୁଶ୍ରେଣୀ ପରିସ୍ଥିତିରେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଶ୍ରେଣୀ ପରିଚାଳନାର କୌଶଳ ବିଷୟରେ ପ୍ରଶିକ୍ଷଣ ପାଇଥିଲେ । ବାଙ୍କୀପାଲି ସିଆର୍‌ସିସି ସୁନୀଲ ସେଟ, ରାମପୁର କ୍ଲଷ୍ଟରର ପୂର୍ବ ସିଆର୍‌ସିସି ଡାକ୍ତର ପତି ପିଏମ୍‌ ପୋଷଣ ତଥ୍ୟ ପରିଚାଳକ ବିନାୟକ ମିଶ୍ର, ରାମପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶେଷରେ ରାମପୁର ସିଆର୍‌ସିସି ପ୍ରଦୀପ୍ତ କିଶୋର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.