jayashree

୫୧ତମ ଟିକ୍ରାପଡା ଅହୋରାତ୍ର ନାମଯଂଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ୫୧ତମ ଅହୋରାତ୍ର ନାମଯଂଜ୍ଞ କାର୍ତ୍ତିକ ପୂର୍ଣ୍ଣିମାରେ ଉଦ୍‌ଯାପିତ ହୋଇଯାଇଛି । ଚଳିତ ବର୍ଷ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ସଭାପତି ପ୍ରକାଶ ନେପାକ, ସମ୍ପାଦକ ଅଙ୍କୁଶ ହୋତା, କୋଷାଧ୍ୟକ୍ଷ ହରେକୃଷ୍ଣ ପାତ୍ର, ଶରତ ଷାଣ୍ଢ ତଥା ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା, ସମ୍ପାଦିକା ଲିନା ମହାନ୍ତି ଓ ବରିଷ୍ଠ ସଭ୍ୟ ଦୁର୍ଗା ସାହୁ, ପିଙ୍କୁ ପଣ୍ଡା, ବାବୁ ସା, ପ୍ରଦୀପ ସାହୁ, ଅଶୋକ ମିଶ୍ର, କୁନା ବେହେରା, ଭରତ ପୋଢ଼, ସନ୍ତକ ବହିଦାର, ଶ୍ରୀବତ୍ସ ମହାରଣା, ଦିଜରାଜ ମିଶ୍ର, ରବି ଅଗ୍ରୱାଲ, ଦୁଲିଚନ୍ଦ ଅଗ୍ରୱାଲ, ରାଜେନ୍ଦ୍ର ମିଶ୍ର, ସୁନାଧର ବନଛୋର, ବରିଷ୍ଠ ଉପଦେଷ୍ଟା ଭଗବାନ ବଗର୍ତ୍ତି, ବୈଷ୍ଣବ ସାହୁ, ଅନୁ ବେହେରା, ଅଶୋକ ଚାନ୍ଦ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାମଯଂଜ୍ଞ ଆୟୋଜନ କରାଯାଇଥିଲା । ଚତୁର୍ଦ୍ଦଶୀ ଦିନ ବାଳଗୋପାଳ ଓ ରାଧାକୃଷ୍ଣ ବେଶରେ ଶିଶୁ ମାନେ ପ୍ରହରୀ ମଣ୍ଡପରେ ପରିକ୍ରମା କରିଥିଲେ । ଚତୁର୍ଦ୍ଦଶୀ ସନ୍ଧ୍ୟାରେ ମହିଳା ସଦସ୍ୟା ବିଳାସିନୀ ବେହେରା, ଲିନା ମହାନ୍ତି, ସବିତା ବେହେରା, ସନ୍ତୋଷିନୀ ଶେଖର ଦେଓ, ମୋନାଲିସା ପଣ୍ଡା, ମିନା ମହାନ୍ତି, ଦମୟନ୍ତୀ ବାଗ, ସୁନିତା ଖୁୱାସ, ସରୋଜିନୀ ପୋଢ଼, ପ୍ରଭାସିନୀ ମାହାନା, ସୀମା ପଣ୍ଡା, ରେବତୀ ସାହୁ, ସୁବାସିନୀ ବଗର୍ତ୍ତି, ଶ୍ରୀଲତା ଦାସ, ତପସ୍ୱିନୀ ସାହୁ, ରଞ୍ଜୁ ଶତପଥି ସନ୍ଧ୍ୟା ଆଳତି ଦେବା ସହ ପରିବାର, ପଡ଼ା ତଥା ବିଶ୍ୱ ଶାନ୍ତି ନିମନ୍ତେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ ଏବଂ ପଡ଼ାର ମହିଳା ମାନଙ୍କ ଦ୍ୱାରା ଛପନ ଭୋଗ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା । ପୂଜକ ଶୁକଦେବ ତ୍ରିପାଠୀ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ । ଏହି ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଦେବି, ଯୁବ ନେତା ଗୋପାଳଜୀ ପାଣିଗ୍ରାହୀ ନାମଯଂଜ୍ଞରେ ସାମିଲ ହୋଇ ପ୍ରଭୁଙ୍କ ପୂଜାର୍ଚନା କରିଥିଲେ । ପ୍ରଜାପତି ବ୍ରହ୍ମକୁମାରୀ ଅନୁଷ୍ଠାନ ଆନୁକୂଲ୍ୟରେ ଏକ ମନୋରମ ଝାଙ୍କି ନାମଯଂଜ୍ଞ ସ୍ଥଳରେ ଆୟୋଜନ କରିଥିଲେ । ପୂର୍ଣ୍ଣମୀ ଦିନ ୫୧ତମ ନାମଯଂଜ୍ଞ ଉଦ୍‌ଯାପିତ ହୋଇଥିଲା । ମୁଖ୍ୟ କର୍ତ୍ତା ଶିବନାରାୟଣ ରଥ ଓ ନିଲମ ଶର୍ମାଙ୍କ ସହ ଏକ ବିରାଟ ପଟୁଆରରେ ପ୍ରଭୁ ଲଷ୍ମୀ ନାରାୟଣଙ୍କୁ ଗୋପାଳଜୀ ମନ୍ଦିରରେ ଅବସ୍ଥାପିତ କରାଯାଇଥିଲା । କମିଟିର ସଦସ୍ୟ ସଞ୍ଜୟ ଶତପଥି, ସୁନୀଲ ଦୋରା, ତୁଫାନ ସାହୁ, ବିକାଶ ସା, ଅଶୋକ ରାଉତ, ଶ୍ରୀୟା ହୋତା, ଭାରତୀ ନେପାକ, ସୁଚରିତା ଶତପଥି, ମଞ୍ଜୁଳା ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ମାନ ଆୟୋଜନ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.